ପଲିଥିନ ବର୍ଜନ ପାଈଁ ସଚେତନତା କାର୍ଯ୍ୟକ୍ରମ

0
90

ପାରଳାଖେମୁଣ୍ଡି (ଓବି ନ୍ୟୁଜ):ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମ-ଲିଂଗେଶ୍ଵର୍ ମନ୍ଦିର ପରିସରରେ ପଲିଥିନ ବର୍ଜନ ଓ ସୁସ୍ଥ ପରିବେଶ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର ଅଧ୍ୟକ୍ଷତା କରି ପଲିଥିନ , ପରିବେଶ ଉପରେ କିଭଳି କ୍ଷତିର ପ୍ରଭାବ ପକାଇଥାଏ ,, ପ୍ରକୃତି ପ୍ରେମୀ ତଥା ଶିକ୍ଷକ ତ୍ରୀପତି ପ୍ରସାଦ ପଣ୍ଡା ଯୋଗ ଦେଇ ପଲିଥିନର ଥିବା ଆପକାରିତା ଗୁଣ ଗୁଡ଼ିକ ଉପରେ ,,ଏବଂ ଅନ୍ୟତମ ଅତିଥି ଭାବେ ସନ୍ତୋଷ ପଣ୍ଡା , ତ୍ରିନାଥ ଜେନା ଏବଂ ଦୀପକ ପ୍ରମୁଖ ଉପସ୍ଥିତ ରହି ପ୍ରକୃତିର ସୁରକ୍ଷା ପାଈଁ ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ଵାରୋପ୍ କରି ନିଜ ନିଜର ମତ ରଖିଥିଲେ

ଶେଷରେ , ରାମସାଗର ଛକ ଠାରୁ କେରାଂଡ଼ୀ ଗ୍ରାମ ପର୍ଯ୍ୟନ୍ତ ଯିବ ରାସ୍ତାରେ , ତଳେ ପଡିଥିବା ପଲିଥିନ ସବୁ ଗୋଟାଇ ଗୋଟିଏ ଜାଗାରେ ରଖି ସବୁ ପୋଡି ନଷ୍ଟ କରି ଦିଆ ଯାଇଥିଲା ଏବଂ ପଲିଥିନର ବହୁଳ ବ୍ୟବହାର ଦ୍ବାରା ପ୍ରକୃତି ଓ ପରିବେଶ ଉପରେ କିଭଳି ଭାବେ ତାର କୂ-ପ୍ରଭାବ ପଡୁଛି , ସେ ସମ୍ପର୍କରେ ଜନସଚେତନତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here