ବ୍ରହ୍ମପୁର (ଓବି ନ୍ୟୁଜ): ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ୮ ଦଫା ସମ୍ବଳିତ ଏକ ଦାବିପତ୍ର ସାଉଥକୋ ମୁଖ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ୱରେ ଏକ ରାଲି କମାପଲ୍ଲୀ ଛକ ଠାରୁ ବାହାରି ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଅଘୋଷିତ ବିଦ୍ୟୁତ କାଟ୍ ବନ୍ଦ କରିବା, ଟ୍ରନ୍ସଫର୍ମର ଚାରି ପଟେ ବେରିକେଟ୍ ନିର୍ମାଣ, ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଂଟକୁ ପରିବର୍ତନ କରି ନୂତନ ଖୁଂଟ ବସାଯିବା, ବ୍ରହ୍ମପୁର ମହାନଗର ନିଗମରେ ଭୂତଳ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥାକୁ ତୁରନ୍ତ କରାଯିବା ଆଦି ଦାବି ନେଇ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ସମେତ ବହୁ କର୍ମକର୍ତା ସାଉଥକୋ ଠାରେ ପହଂଚି ଦାବି ଜଣାଇଥିଲେ ।