ମରୁଡି ଚିନ୍ତାରେ ଚାଷୀ

0
30

ବୀରମହାରାଜପୁର (ଓବି ନ୍ୟୁଜ)(ସୂର୍ଯ୍ୟ ନାରାୟଣ ପଣ୍ଡା: ବର୍ଷା ଭାବ ପରିସ୍ତିତିକୁ ନେଇ ବୀରମହାରାଜପୁର ଉପଖଣ୍ଡ ର ଚାଷୀ ମହଲରେ ହାହାକାର ଖେଳି ଗଲାଣି ! ଆଷାଢ଼ ଯାଇ ଶ୍ରାବଣ ମାସ ଆସିଥିଲେ ହେଁ ବର୍ଷା ର ଦେଖାନାହିଁ ! ଏବେ ଶ୍ରାବଣ ରେ ମଧ୍ୟ ଚାଷ ଜମି ଗୁଡିକ ଶୁଖିଲା ପଡ଼ିଥିବା ବେଳେ ଅନେକ ସ୍ଥାନରେ ମାଟି ଫାଟି ଆ କଲାଣି ! ସବୁଠି ଏବେ ବୁଣା ଧାନର ଗଛତକ ମରିବାକୁ ବସିଥିବା ବେଳେ ତଳି ରୋଇବାକୁ ପକାଯାଉଥିବା ପଲହା ସବୁ ଝାଉଁଳି ବସିଲାଣି ! ଜୁନମାସ ଭଳି ଜୁଲାଇ ର ବର୍ଷା ମଧ୍ୟ ଏଯାଏ ଅତ୍ୟନ୍ତ ନିରାଶଜଣକ ରହିଥିବାରୁ ଚଳିତ ଖରିଫ ଋତୁ ର ଚାଷ କାଯ୍ୟ ବହୁତ ପଛରେ ପଡ଼ିରହିଛି ! ସାଧାରଣତଃ ରଥ ବାହୁଡା଼ ବେଳକୁ ବିଲରେ ଧାନ ବିହୁଡା ଓ ରୁଆ କାଯ୍ୟ ଜୋରସୋର ରେ ଚାଲୁଥିବା ବେଳେ ଏଥର କିନ୍ତୁ ସମଗ୍ର ଉପଖଣ୍ଡ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି ! ଏହା ମଧ୍ୟରେ ରଥ ବାହୁଡା଼ ର ଦୁଇ ସପ୍ତାହ ବିତିଯାଇଥିବା ପରେ ବି ଧାନ ରୁଆ କି ବିହୁଡା କାଯ୍ୟ ଆରମ୍ଭ ହୋଇପାରୁ ନାହିଁ ! ଦିନବେଳା ପ୍ରଚଣ୍ଡ ଖରା ଓ ଗରମ ହେତୁ ଏବେ ଶ୍ରାବଣ ରେ ବି ଗ୍ରୀଷ୍ମ ର ଯାତନା ଅନୁଭୂତ ହେଉଛି ! ବର୍ଷା ଭାବ ହେତୁ ଉପଖଣ୍ଡ ର ସମସ୍ତ ବନ୍ଧକଟା, ଜଳାଶୟ ଓ ହରିହର ଯୋର ଡ୍ୟାମ ପ୍ରକଳ୍ପ ରେ ସ୍ୱଳ୍ପ ପରିମାଣ ପାଣି ଥିବାବେଳେ ଚାଷୀ ଏଥିରୁ ଜଳସେଚନ କରିବାର ବି ସୁଯୋଗ ନାହିଁ ! ଏଭଳି ସ୍ଥିତିରେ ଶୀଘ୍ର ବର୍ଷା ନ ହେଲେ ଏଠାକାର ବିଭିନ୍ନ ସ୍ଥାନରେ ଗଜା ମରୁଡି ହେବା ନିଶ୍ଚିତ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି !!

LEAVE A REPLY

Please enter your comment!
Please enter your name here