ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢି):ଜି.ଉଦୟଗିରି କୃଷି ଜିଲ୍ଲା ଜି.ଉଦୟଗିରି,ରାଇକିଆ,ଟିକାବାଲି,ଚକାପାଦ କୁ ନେଇ ଗଠିତ।ଗତ ଜୁନ ମାସରେ ଉକ୍ତ କୃଷି ଜିଲ୍ଲା ରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହୋଇଥିବାରୁ ଧାନଚାଷ ସହ ବିଭିନ୍ନ ପନିପରିବା ଚାଷ ପ୍ରଭାବିତ ହୋଇଛି।ଜୁନ ମାସ ଶେଷ ସୁଦ୍ଧା.ଉଦୟଗିରି କୃଷି ଜିଲ୍ଲା ରେ ୨୦୭.୯ ମିମି ବର୍ଷା ହେବା ସ୍ଥଳେ ମାତ୍ର ୧୦୬.୨ ମୀମି ବର୍ଷା ହେବାର ସୂଚନା ମିଳିଛି।ଜି.ଉଦୟଗିରି ବ୍ଳକ ରେ ଜୁନ୍ ମାସ ଶେଷ ସୁଦ୍ଧା୯୨.୨ ମିମୀ ବର୍ଷା ହେବାର ରେକର୍ଡ କରାଯାଇଛି।
ଜୁଲାଇ ମାସରେ ମଧ୍ୟ ଠିକ୍ ପରିମାଣର ବର୍ଷା ହୋଇନଥିବାରୁ ଧାନ ଚାଷ ସହ ବିଭିନ୍ନ ପନିପରିବା (ବିନିଶି ,ଫୁଲକୋବି) ଚାଷ ପ୍ରଭାବିତ ହୋଇଛି।୧୦ରୁ୧୫ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାରେ ବର୍ଷର ଅର୍ଦ୍ଧାଧିକ ସମୟ ବର୍ଷା ହେଉଥିବା ବେଳେ ବର୍ତ୍ତମାନ୨ ରୁ ୩ ମାସ ବର୍ଷା ହେଉଛି । ଯଦି ଆଗକୁ ବର୍ଷା ସ୍ଵାଭାବିକ ପରିମାଣର ନ ହୁଏ ତେବେ ଚାଷ ପ୍ରଭାବିତ ହେବାର ସମ୍ଭାବନା ଅଛି।