ସ୍ୱର୍ଗତ ସାକୁରା ବେହେରାଙ୍କ ୫ମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ସଭା

0
181

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଯୁବ ନେତା ତଥା ସମାଜସେବୀ ଯୁବ ସଂଗଠକ ସ୍ୱର୍ଗତ ସାକୁରା ବେହେରାଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ ପାର୍ଟିର ଛତ୍ରପୁର ଜୋନାଲ ସହସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ଜୋନ ସମ୍ପାଦକ ବୃନ୍ଦାବନ ପଲେଇ, ଚମାଖଣ୍ଡି ଜୋନ ସମ୍ପାଦକ ସି.ଏଚ୍ ଜନାର୍ଦ୍ଦନ ରେଡ୍ଡି, ଅଖିଳ ଭାରତର ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, କଂଗ୍ରେସ ନେତା ଜି. ଏରେୟା, ପୂର୍ବତନ ସରପଂଚ ଦୂର୍ଯ୍ୟୋଧନ ପରିଡ଼ା, ଦଳିତ ନେତା ଗୁରୁନାଥ ପ୍ରଧାନ, ସିକନ୍ଦର ଖାନ୍ , ପୂର୍ଣ୍ଣ ରଥ, ପ୍ରଫୁଲ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଟି. ନାରାୟଣ ରେଡ୍ଡି, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଜଲାଲ୍ ଖାନ୍ , ସୁବୋଧ ସୁମନ ସ୍ୱାଇଁଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବହୁ ନେତା ଓ କର୍ମୀ ଏବଂ ସାକୁରା ବେହେରାଙ୍କୁ ଭଲ ପାଉଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ଯୋଗ ଦେଇ ସାକୁରା ବେହେରାଙ୍କ ଗୁଣଗାନ କରିବା ସହ ସେ ଜଣେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଯୁବ ସଂଗଠନ, ଉଦ୍ୟମାନ ନେତା ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତେ ସାକୁରା ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here