ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ରକ୍ତ ଦାନ ମହତ ଦାନ, ରକ୍ତ ବଂଚାଅ ଶତ ଜୀବନ । ଅର୍ଜନ କରି କୋଟିଏ ପୂଣ୍ୟ, ସଫଳ କର ମାନବ ଜୀବନ । ସ୍ୱର୍ଗତ ସାକୁରା ବେହେରାଙ୍କ ୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାକୁରା ବେହେରାଙ୍କୁ ଭଲ ପାଉଥିବା ଯୁବକ, ଛାତ୍ର ଏବଂ ସମର୍ଥକମାନେ ଆଜି ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଛାତ୍ର ଓ ସାକୁରା ବେହେରାଙ୍କୁ ଭଲ ପାଉଥିବା ସମର୍ଥକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଦେବାଶିଷ ପଟ୍ଟନାୟକ, ରାଜା ନାୟକ, ଏନ୍. ଦୀନବନ୍ଧୁ, ଟି. ରାମବାବୁ, କେ. ଦାଶରଥୀଙ୍କ ସମେତ ବହୁ ଯୁବକ ଓ ଛାତ୍ରମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଗତ ୫ ବର୍ଷ ହେଲା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଆସୁଛି ।