ଭିଜିଲାନ୍ସ ଜାଲରେ ଆରଆଇ

    0
    68

    ବୀରମହାରାଜପୁର (ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ପାଣ୍ଡବ ପ୍ରଧାନ ନିଜର ଜମିର ସୀମା ଚିହ୍ନଟ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏନେଇ ଜମିର ଡ଼ିମାରକେସନ ତହସିଲଦାର ଆରଆଇ ଅରୁଣ ପୁରୋହିତଙ୍କୁ ଆଦେଶ ଦେଇଥିଲେ । ଆବେଦନକାରୀ ପାଣ୍ଡବ ପ୍ରଧାନଙ୍କ ଠାରୁ ଆରଆଇ ପୁରୋହିତ ଏନେଇ ୧୩୦୦ ଟଙ୍କା ଦାବି କରିଥିଲେ । ଫଳରେ ପ୍ରଧାନ ପୁରୋହିତଙ୍କୁ ୧୩ଶହ ଟଙ୍କା ଦେଇଥିଲେ । ପରେ ଆଉ ୨୫ ଶହ ଟଙ୍କା ଓ ୧୦ଟି ବିଅର ଦେବାକୁ ଦାବି କରିଥିଲେ । ଆଜି ମାପ କରାଯିବାକୁ ଦିନ ଧାର୍ଯ୍ୟ କରିଥିଲେ ।
    ପୂର୍ବରୁ ଜମି ଚିହ୍ନଟ ପାଇଁ ହଇରାଣ ହୋଇ ଆସୁଥିବା ପ୍ରଧାନ ସୋନପୁର ଭିଜିଲାନ୍ସ ଅଫିସରଙ୍କୁ ଜଣାଇଥିଲେ । ଯୋଜନା ମୁତାବକ ଆଗରୁ ୫ଟି ପାଂଚଶହ ଟଙ୍କିଆ ନୋଟରେ ନାଲି ରଙ୍ଗର ପ୍ରଲୋପ ଦିଆ ୫ଟି ୫ଶହ ଟଙ୍କିଆ ନୋଟକୁ ପ୍ୟାଂଟ୍ ପକେଟରେ ରଖୁଥିବା ବେଳ ଲୁଚି ରହିଥିବା ଡିଏସପି ଅଭିରାମ କର, ପରମେଶ୍ୱର କିଶାନ ଧରିଥିଲେ । ଏହି ଚଢଉରେ ଇନିସପେକ୍ଟର ସଦାନନ୍ଦ ପାଣି, ଏ.କେ ପ୍ରଦାନ, ଏଏସଆଇ ଶରତ ବେହେରା, କନଷ୍ଟେବଳ ଏନ.କେ ବଗର୍ତି, ବ୍ରହ୍ମାନନ୍ଦ ପଣ୍ଡା ସାମିଲ୍ ଥିଲେ । ପ୍ରକାଶ ଯୋଗ୍ୟ ଯେ ଉକ୍ତ ଆରଆଇ ପୂର୍ବରୁ ୨ତର ଭିଜିଲାନ୍ସରେ ଧରାପଡ଼ିଥିଲେ ।

    LEAVE A REPLY

    Please enter your comment!
    Please enter your name here