ଗଜପତି::-ଜିଲ୍ଲାର ମରୁଡି ପରିସ୍ଥିତି ଓ ପି:ଆର:ଆଇ: ସଭ୍ୟାସଭ୍ୟଙ୍କୁ ପ୍ରଶାସନିକ ଅବହେଳା ଉପରେ ଜିଲ୍ଲା-ଭାଜପା ‘ର ସାମ୍ବାଦିକ ‘ସମ୍ମିଳନୀ

0
114

ପାରଳାଖେମୁଣ୍ଡି(ଓବି ନ୍ୟୁଜ) (ଗଣେଶ ରାଜୁ):ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅତ୍ୟନ୍ତ କମ ପରିମାଣ ର ବୃଷ୍ଟିପାତ ହୋଇଛି ।ଏଥିଯୋଗୁଁ ଜିଲ୍ଲାରେ ମରୁଡି ପରିସ୍ଥିତି ଦେଖାଦେଇଛି । ତେଣୁ ଗଜପତି ଜିଲ୍ଲାକୁ ଚଳିତ ବର୍ଷ ମରୁଡି-ଜିଲ୍ଲା ଭାବେ ରାଜ୍ୟ ସରକାର ଘୋଷଣା କରିବା ପାଈଁ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଦାବି କରୁଛି ବୋଲି , ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭା:ଜ:ପା: କାର‌୍ୟ୍ୟଳୟ ଠାରେ ଜିଲ୍ଲା ସଭାପତି ଭେଁଙ୍କେଟ ରାବଣ। , ସାମ୍ବାଦିକ
ସମ୍ମିଳନୀରେ କହିଛନ୍ତି ।
ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ, ଜିଲ୍ଲାର ମୁଖ୍ୟତଃ କାଶୀନଗର , ଗୋସାଣୀ , ଗୁମ୍ମା , ଓ ରାୟଗଡ ବ୍ଲକର ହଜାର ହଜାର ହେକ୍ଟର୍ ଚାଷ ଜମିରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି କାରଣ , ଚାଷକାର‌୍ୟ୍ୟ ପାଈଁ ବ୍ୟାପକ ରୄଣ ଟଙ୍କା ଆଣିଛନ୍ତି ତାହା କିଭଳି ଶୁଝିବେ ବୋଲି ।
ତେଣୁ କରି ରାଜ୍ୟ ସରକାର, ତୁରନ୍ତ ଚାଷୀଙ୍କ ରୄଣ ଛାଡ଼ କରି ଫସଲବୀମା ଦେଇ ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ,ଚାଷୀ ମାନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ରେଶନ କାର୍ଡ ଦେଇ ଉପକାର କରିବାକୁ ଦୃଢ ଦାବି କରିଥିଲେ । ଏତତ ବ୍ୟତିତ ଜଳସେଚନର ବିଶେଷ ସୁବିଧା ପାଈଁ ରହିଥିବା ଏବଂ ପୋତି ହୋଇ ପଡିଥିବା ସମସ୍ତ ସାଗର ଗୁଡ଼ିକର ପୁନଃଉଦ୍ଧାର କରି ଜଳସେଚନ ଉପଯୋଗୀ କରାଯିବାକୁ ଦାବି କରିଥିଲେ ।
ଏହାଛଡା ,ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ଭା:ଜ:ପା: ‘ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ପ୍ରଶାସନିକ ଅଧିକାରୀ ମାନେ ଖାତିର କରୁନାହାନ୍ତି , ଏମିତିକି – ସେମାନେ ମନମୁଖୀ ଶାସନ କରି ଗଣତନ୍ତ୍ରକୂ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଚେୟାରମେନ୍ ସି:ଏଚ:-ସିମାଦ୍ରି , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି-ପ୍ରଶାନ୍ତ ପାଳ , ଯୁବ ନେତା ପିନିଟି କ୍ରିଷ୍ନା ଏବଂ ବାବୁଲା ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here