ପାରଳାଖେମୁଣ୍ଡି(ଓବି ନ୍ୟୁଜ) (ଗଣେଶ ରାଜୁ): ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲାର ଚାଷୀ ମାନଂକ ବିଭନ୍ନ ସମସ୍ୟାକୂ ନେଇ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶରେ ଦାବିପତ୍ର ଦିଆଯାଇଥିଲା ।
ଚାଷୀ ସଙ୍ଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ୍ କରିଥିଲେ ।
ଜିଲ୍ଲା ଚାଷୀ ସଙ୍ଗଠନର ସଭାପତି ସୂର୍ୟ୍ୟ ନାରାୟଣ ପଟନାୟକ , ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୁଚନା ଦେଇ କହିଥିଲେ ଯେ , ଜିଲ୍ଲାରେ ବର୍ତ୍ତମାନ ସୁଧା ସ୍ୱଳ୍ପ ବୃଷ୍ଟିପାତ ଅର୍ଥାତ ୬୦ ପ୍ରତିଶତରୁ କମ୍ରେ ପରିମାଣର ବର୍ଷା ହୋଇଛି । ଜମିକୁ ଚସି ,ଚାଷୀ ବର୍ଷାକୂ ଅନାଇ ରହିଛି । ତଳି ପଡ଼ିଛି ଏବଂ ବହୁ ଚାଷ ଜମି ମାଟି ମଧ୍ୟ ଚସା ନ ହୋଇ ନ ପାରି ପଡିଆ ହୋଇ ପଡ଼ିରହିଛି । ରୄଣବାଡ଼ି ହୋଇ ଚାଷୀ, ବର୍ଷା ଅଭାବ ଯୋଗୁଁ ବର୍ତମାନ ମୁଣ୍ଡରେ ହାଟ ଦେଇ ବସିଛି ବୋଲି କହିଥିଲେ
ଦାବି ଗୁଡ଼ିକ ସମ୍ପର୍କରେ ସରକାର ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା , ଧାନ କୁଇଣ୍ଟାଳ୍ ପିଛା ୩ ହଜାର ଟଙ୍କା ମୂଲ୍ୟ ଦେବା , ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ନିର୍ଦ୍ଧାରିତ ଟଙ୍କା ଦେବ , ଜିଲ୍ଲାର ସମସ୍ତ ଚାଷ ଅଂଚଳରେ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା , ନିୟମିତ ଭାବେ ଫସଲ-ବୀମା ରାଶି ଦେବା ସହ ଚାଷୀ ମାରଣ ନୀତିକୁ ବନ୍ଦ କରିବା ପ୍ରଭୃତି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ।