ଗଞ୍ଜାମ(ଓବି ନ୍ୟୁଜ) (ଉମାକାନ୍ତ ବେହେରା): ଗଞ୍ଜାମ ଓ ଖୋର୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ବ୍ଲକ ରାଇପୁର ଗ୍ରାମରେ ମା ତାରାତାରିଣୀ ପାହାଡ଼ ପାଦ ଦେଶରେ ଅବସ୍ଥିତ କୈବର୍ତ୍ତ ମହାସଂଘ ଭବନ ଠାରେ ଛତ୍ରପୁର ନବନିର୍ବାଚିତ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ଖଲ୍ଲିକୋଟ ନବନିର୍ବାଚିତ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି।ମହାସଂଘ ସଭାପତି ସନାତନ ବେହେରାଙ୍କ ସଭାପତିତ୍ୟରେ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ସଂମାନିତ ଅତିଥି ଭାବେ ଦୈତାରି ବେହେରା ଯୋଗଦେଇଥିଲେ। ଉଭୟ ବିଧାୟକ କୈବର୍ତ୍ତ କୁଳର ହୋଇଥିବାରୁ ମହାସଂଘର କର୍ମକର୍ତା ମାନେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଇଭଞ ବିଧାୟକ କୈବର୍ତ୍ତ କୁଳର ଉତରତ୍ତର ଉନ୍ନତି କାମନା କରିବା ସହ କୈବର୍ତ୍ତ ଭବନ ର ଉନ୍ନତି କରଣ ନିମନ୍ତେ ପ୍ରତିଶୃତି ଦେଇଥିଲେ।
ଉପଦେଷ୍ଟା ରାମକୃଷ୍ଣ ବେହେରା,ଉପ ସଭାପତି ତ୍ରିନାଥ ବେହେରା,ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବେହେରା,କୋଷଧକ୍ଷ ଲିଙ୍ଗରାଜ ବେହେରା,କୃଷ୍ଣ ଚନ୍ଦ୍ର ବେହେରା,ଲିଙ୍ଗରାଜ ବେହେରା,ପିସ୍ପି ରଞ୍ଜନ ବେହେରା,କବିରାଜ ବେହେରା,ଗୋବିନ୍ଦ ବେହେରା ,ବିଜୟ ବେହେରା,ସନା ବେହେରା ,ନୋଳିଆ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୫୦୦ ରୁ ଉର୍ଦ୍ଧ୍ବ କୈବର୍ତ୍ତ କୁଳର କର୍ମକର୍ତା ଯୋଗଗଦେଇଥିଲେ।