ଗଜପତି::- ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଥଇଥାନ ବ୍ୟବସ୍ଥାରେ ଅଣଦେଖା-ଅଭିଯୋଗ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

0
81

ପାରଳାଖେମୁଣ୍ଡି(ଓବି ନ୍ୟୁଜ) (ଗଣେଶ ରାଜୁ): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତ ର ବାରଘର ଗ୍ରାମର ବାତ୍ୟା କ୍ଷତିଗ୍ରସ୍ତ ଅଧିବାସୀ , ସେମାନଙ୍କୁ ଥଇଥାନ କରାଯିବା ବ୍ୟବସ୍ଥାରେ
ସମ୍ପୂର୍ଣ ଭାବେ ପ୍ରଶାସନିକ ଅବ୍ୟବସ୍ଥା କରାଯାଉଥିବା ଅଭିଯୋଗରେ ଜିଲ୍ଲାପ୍ରଶାସନର
ଦ୍ବାରସ୍ଥ ହୋଇଛନ୍ତି ।
ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ,ଗତ ତିତିଲି ଝଡ଼-ବତ୍ୟାର୍ରେ ପାହାଡ଼ ଧସି ବହୁ ଧନଜୀବନ ହାନି ଘଟିଥିଲା । ଏମିତିକି ,ସେତେବେଳେ କେବଳ ଓଡ଼ିଶାରେ ନୁହେଁ ,ସମଗ୍ର ଭାରତ ବର୍ଷରେ ଏହା ଅତ୍ୟନ୍ତ ଚହଳ ପକାଇଥିଲା । ଏହି ପରିପ୍ରେକ୍ଷୀରେ ,ସେତେବେଳେ ସମ୍ପୃକ୍ତ ବାରଘର ଗ୍ରାମକୁ ସଚିବ ସ୍ତର ଅଧିକାରୀ ,କେନ୍ଦ୍ରୀୟ ଅନୁଧ୍ୟାନ କମିଟି ଏବଂ ମୁଖ୍ୟମନ୍ତ୍ରୀ ପର‌୍ୟ୍ୟନ୍ତ ଏହି ଗ୍ରାମକୁ ଦୁଃଖଦ ଘଟଣାରେ ଶୋକାକୁଳ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଓ ସମବେଦନା ଜଣାଇ ଏହିଭଳି ଘଟଣାର ଭବିଷ୍ୟତରେ ଆଉ ପୁନରାବୃତ୍ତି ନ ହେବା ଏବଂ ସମସ୍ତ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଆବଶ୍ୟକ ମୌଳିକ ସୁବିଧା-ବ୍ୟବସ୍ଥା ସବୁ ଯୋଗାଇ ଦିଆଯିବ କହି ସମ୍ପୃକ୍ତ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ କରିବ ପାଈଁ ଜିଲ୍ଲା ପ୍ରଶାସନଙ୍କୁ ଉଚିତ ପରାମର୍ଶ ଦେଇଥିଲେ ।
ହେଲେ ଅତ୍ୟନ୍ତ ଦୁଃଖର ବିଷୟ ଯେ , କେବଳ ୧୦୭ ପରିବାରକୁ ଗ୍ରୁହପଟ୍ଟା ପ୍ରଦାନ ବ୍ୟତିତ ରାସ୍ତା , ବିଜୁଳି ଓ ଜଳର ସୁବିଧା ନ ଥିବା ଯୋଗୁଁ ନୂତନ ଗୃହ ନିର୍ମାଣ ଦିଗରେ ବହୁତ ସମସ୍ୟା ଦେଖାଦେଉଛି । ବିଶେଷ କାରୀ ଜଳର ସମସ୍ୟା ଯୋଗୁଁ ଗୃହ ନିର୍ମାଣ କାର‌୍ୟ୍ୟ ଅଧାପନ୍ତରିଆ ଭାବେ ଓ କେତେକ ପରିବାର ଗୃହ ନିର୍ମାଣ କରିପାରୁନାହାନ୍ତି । ଉପରୋକ୍ତ ସମସ୍ୟା ଗୁଡିକୁ ନେଇ , ରାୟଗଡ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଆମର ଉଜୂଡ଼ି ଯାଇଥିବ ପରିବାର ବହୁ ହନ୍ତସନ୍ତ ହୋଇ ଦିନକାଳ କାଟିବାକୁ ବାଧ୍ୟ ହେଉଛୁ ।
ଯେଉଁ ବାରଘର ଗ୍ରାମର ଜୀଵନ ହାନି ଘଟଣାକୁ ନେଇ ତିତିଲି ବେଳେ ସରକାର ଏବଂ ପ୍ରଶାସନର ଦିନେ ନିଦ ହଜାଇ ଦେଇଥିଲା , ସେହି ଗ୍ରାମର ଅଧିବାସୀଙ୍କୁ ଥଇଥାନ କରାଯିବା ଦିଗରେ ଆଜି କାହିଁକି ପ୍ରଶାସନିକ ଅଣଦେଖା କରାଯାଉଛି ବୋଲି ଗ୍ରାମବାସୀ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here