ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ବନମହୋତ୍ସବ

0
40

ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ପରିସରରେ ୭୦ତମ ବନ ମହୋତ୍ସବ ମଙ୍ଗଳ ବାର ପାଳନ କରାଯାଇଛି । ଏଥିରେ ନର୍ଥ ଡିଏଫଓ ପ୍ରଭାତ କୁମାର ଦଳେଇ, ସାଉଥ ଡିଏଫଓ ସତ୍ୟନାରାୟଣ ଦେହୁରୀ, ରେଞ୍ଜର ପ୍ରଶାନ୍ତ କୁମାର ସାହୁ, ବିଦ୍ୟାଳୟ ର ସମ୍ପାଦକ ଅଜିତ ଶତପଥି, ଉପଦେଷ୍ଟା ସୁବାଷ ଚନ୍ଦ୍ର ପାଢ଼ୀ, ନିର୍ଦେଶକ ଗୌର ଚନ୍ଦ୍ର ରାଉତ, ଶାନ୍ତନୁ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସମାଜସେବୀ ଶୁଳପାଣି ଶତପଥି ସଭା ସଂଯୋଜନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ । ଏକ ସୁସ୍ଥ ସମାଜ ପାଇଁ ବୃକ୍ଷ ନିହାତି ଜରୁରୀ । ଜଙ୍ଗଲ କ୍ଷୟ ଯୋଗୁଁ ଆଗାମୀ ୫ବର୍ଷ ବେଳକୁ ମଣିଷ ସମାଜ ଛାରଖାର ହୋଇଯିବ, ତେଣୁ ସମସ୍ତେ ଗଛ ଲଗେଇବାକୁ ଅତିଥି ମାନେ କହିଥିଲେ କ୍ଷ ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here