ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ’ର ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ

0
96

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ): ପାରଳାଖେମୁଣ୍ଡି ନିକଟସ୍ତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ବିଶାଖାପାଟଣାମ୍ ସ୍ଥିତ ବାବା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନ୍ସ , ଫିଲିପାଇନସ ୟୁନିଭରସିଟି ଅଫ ପାରପେଚୁଆଲ ହେଲ୍ପ ଏବଂ ଆସାମ’ର କାଜିରଙ୍ଗା ବିଶ୍ୱବିଦ୍ୟାଳୟ ସହଯୋଗୀତା’ରେ ବିଜ୍ଞାନ , ଯାନ୍ତ୍ରିକ ଅଭିକଳ୍ପ ଏବଂ ପ୍ରୟୋଗ ବିଷୟ ଉପରେ ଆୟୋଜିତ ୩ ଦିନିଆ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ କାର‌୍ୟ୍ୟକ୍ରମ ଉଦଘାଟିତ ହୋଇ ଯାଇଛି ।
ପ୍ରଫେସର ସିଭି:-ଗୋପୀନାଥ’ଙ୍କ ସଭାପତିତ୍ୱ’ରେ ଆୟୋଜିତ ଆନ୍ତର୍ଜାତୀୟ କାର‌୍ୟ୍ୟକ୍ରମ’ରେ ବ୍ରହ୍ମପୁର ସ୍ଥିତ ଆଇଆଇଏସଆର’ର ନିର୍ଦ୍ଦେଶକ ପ୍ରଫେସର କେଭିଆର:-ଚାରୀ ମୁଖ୍ୟଅତିଥି ଭାବେଯୋଗ ଦେଇଥିଲେ ।
କାର‌୍ୟ୍ୟକ୍ରମ’ର ପରିଚାଳନା ସମ୍ପାଦକ ତଥା ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଅଶୋକ ମିଶ୍ର, ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି କସର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ’ର ଉପ-କୁଳପତି ପ୍ରଫେସର ସୁପ୍ରିୟା ପଟନାୟକ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସମ୍ମିଳନୀ କାର‌୍ୟ୍ୟକ୍ରମ’ର ଉଦ୍ଦେଶ୍- ଇଣ୍ଡଷ୍ଟ୍ରି ୪-୦” ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଆନ୍ଧ୍ର ପ୍ରଦେଶ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ’ର ଉପ-କୁଳପତି ପ୍ରଫେସର ଜିଏସଏନ-ରାଜୁ , ସମ୍ମିଳନୀ କସର‌୍ୟ୍ୟକ୍ରମ’ରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଗବେଷଣା ଦିଗରେ ନିଜର ଧୈର‌୍ୟ୍ୟ , ପ୍ରଚେଷ୍ଠା ଓ ନିଷ୍ଠା’ର ସହ ଲକ୍ଷ ପଥରେ ଆଗେଇ ଯିବାପାଇଁ ଯୁବ ସମାଜ’କୁ ପ୍ରେରଣା ଦେଇଥିଲେ ।
ବିଶାଖାପାଟନାମ ସ୍ଥିତ ବାବା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନ୍ସ- ସେକ୍ରେଟାରୀ ଡ଼ଃ କେ: ଶ୍ରୀଲକ୍ଷ୍ମୀ ଯୋଗଦେଇ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଗବେଷଣା’ର ଆବଶ୍ୟକତା ଏବଂ ଶିକ୍ଷା ଓ ଜ୍ଞାନ’ର ଆଦାନ ପ୍ରଦାନ ହେବା ଦ୍ୱାରା ଗୁଣାତ୍ମକ ଶିକ୍ଷାର ବିକାଶ ହୋଇଥାଏ ବୋଲି କହିଥିଲେ ।
ଏହି ସମ୍ମିଳନୀ କାର‌୍ୟ୍ୟକ୍ରମ’ରେ ବିଭିନ୍ନ ଦେଶ-ବିଦେଶ’ର ବହୁ ବିଶିଷ୍ଠ ଗବେଷକ ମାନେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକାର’ର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ବ୍ୟବସାୟ ସମ୍ବନ୍ଧୀୟ ଜ୍ଞାନ ଓ ଗବେଷଣା ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସମ୍ମିଳନୀ’ର ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କରା ଯାଇଥିଲା ।
ପରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏବଂ ବିଶାଖାପାଟଣାମ୍ ସ୍ଥିତ ବାବା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନ୍ସ ପକ୍ଷରୁ ମଞ୍ଚସିନ ଅତିଥି ମାନଙ୍କୁଭସମ୍ମାନୀତ କରାଯାଇଥିଲା ।
ଶେଷରେ ସମ୍ମିଳନୀ କାର‌୍ୟ୍ୟକ୍ରମ’ର ଆବାହକ ତଥା ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ ଏଣ୍ଡ ଟେକ୍ନୋଲୋଜି’ର ଅଧ୍ୟକ୍ଷ ଡ଼ଃ ପିଏସ:-ରାଓ, ଉପସ୍ଥିତ ସମସ୍ତ ଅତିଥି ଓ ଅନ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here