ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଛତ୍ରପୁର ମହିଳାଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ବହୁ ଯୋଜନା ସହିତ ଋଣ ପ୍ରଦାନ କରାଯାଉଛି । ଏଥି ସକାଶେ ମହିଳାମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ନିଜକୁ ସମାଜରେ ଭଲରେ ରହିବା ନିମନ୍ତେ ସହଯୋଗ କରାଯାଉଛି । ଏନେଇ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଓଡ଼ିଶା ଜୀବିକା ମିଶନର ସହଯୋଗରେ ସ୍ୱୟଂସହାୟିକା ଗୋଷ୍ଠୀ ସମନ୍ୱୟ ମେଳା ଓ ବୃକ୍ଷ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କୁ ବିିଭିନ୍ନ ଋଣ ପ୍ରଦାନ କରାଯାଇ ସେମାନଙ୍କୁ ସକ୍ଷମ କରାଯାଉଛି । ଏହା ସହ ଗଞ୍ଜାମ ଜିଲ୍ଲାର ସ୍ୱୟଂସହାୟିକା ଗୋଷ୍ଠୀମାନେ ତିତଲିରେ ବହୁ ସହଯୋଗ କରିଥିବା ବେଳେ ଜିଲ୍ଲାରେ ପାଇଖାନା ନିର୍ମାଣ କରିବାରେ ସହଯୋଗ କରିଛନ୍ତି । ଏହା ସହ ବିଭିନ୍ନ ଯୋଜନା ଗୁଡ଼ିକ ସଫଳ ରୂପାୟନ କରିଛନ୍ତି ।
ଜିଲ୍ଲାର ୧୬୫ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆଜି ୨କୋଟି ୫୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏହା ସହ ଚାରା ବଂଟନ କରାଯିବା ସହ ତାହାର କିପରି ଯତ୍ନ ନିଆଯିବ ତାହା ଉପରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯିବା ସେନେଇ ମହିଳା ଗୋଷ୍ଠୀ ମାନଙ୍କୁ ତାଲିମ୍ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା ଯୋଗ ଦେଇ ସ୍ୱୟଂସହାୟିକା ଗୋଷ୍ଠୀ ମାନେ କିପରି ଅଧିକରୁ ଅଧିକ ସକ୍ରିୟ ହୋଇ ସମୟର ସଦୁପଯୋଗ କରି କାର୍ଯ୍ୟ କରିବା ଉପରେ କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ହରିହର ପଟ୍ଟନାୟକ, ଡିଜିଏମ୍ (ଏପ୍ରିକଲଚର) ଦୁର୍ବଚରଣ ବଳ, ଡିପିଏମ୍ (ଓଏଲଏମ) ନବୀନ ସେନାପତି, ଛତ୍ରପୁର ବ୍ଲକର ଡ଼ିପିଏମ ମାନିନି ଜେନାଙ୍କ ସମେତ ୧୬୫ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।