ଗଞ୍ଜାମ ଜିଲ୍ଲା ହସ୍ତତସ୍ତ୍ର ବୁଣାକାର ଚୟନ କମିଟି ବୈଠକ

0
36

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ହସ୍ତତସ୍ତ୍ର ବୁଣାକାର ହିତାଧିକାରୀମାନଙ୍କ ଚୟନ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ହସ୍ତତସ୍ତ୍ର ବୁଣାକାର ମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୬୨ଜଣ ହିତାଧିକାରୀମାନଙ୍କୁ ୯୦ ପ୍ରତିଶତ ଋଣରେ ତନ୍ତ ସାରଞ୍ଜମ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ଦିଗପହଣ୍ଡିର ପଦ୍ମନାଭପୁରର ୨୦ଜଣ ସମ୍ବଲପୁରୀ ବାନ୍ଦ ତିଆରି କରୁଥିବା ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ୬୦ବର୍ଷରୁ ଉଦ୍ଧ୍ୱର୍ ୪୮ଜଣ ବୁଣାକାର ମାନଙ୍କୁ ଭତା ପ୍ରଦାନ କରାଯିବ । ବୁଣାକାର ମାନଙ୍କ ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲାରେ ୨୭ଟି ସୋସାଇଟି ଚାଲିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼େପୁଟି ଡାଇରେକ୍ଟର (ଟେକ୍ସସଟାଇଲ) ପି.କେ ସିଂଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବୁଣାକାର ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here