ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ: ସରକାରୀ ଅଧ୍ୟାପକ ମହଲରେ କୋକୁଆ ଭୟ!

0
34

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବପ୍ରସାଦ ରଥ):ଦିଗପହଣ୍ଡି ସହରରେ ରହିଥିବା ସମସ୍ତ ଘରୋଇ କୋଚିଂ ସେଣ୍ଟର ଗୁଡିକରେ ମଙ୍ଗଳବାର ସକାଳେ ଶିକ୍ଷା ବିଭାଗ ପକ୍ଷରୁ ଚଢାଉ ହୋଇଛି । ଟ୍ୟୁସନ୍ ଚାଲିଥିବା ସମୟରେ ଏବଂ ସରକାରୀ ଅଧ୍ୟାପକ ମାନେ ପାଠ ପଢାଉଥିବା ସମୟରେ ଏହି ଚଢାଉ ହେଲା ବେଳେ କିଛି ଅଧ୍ୟାପକ ଛତ୍ରଭଙ୍ଗ କରି ଚାଲିଯାଇଥିଲେ । ସେହିପରି କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଧାରୁ ଟ୍ୟୁସନ୍ ବନ୍ଦ କରିଦିଆଯିବାରୁ ଛାତ୍ରଛାତ୍ରୀ ମାନେ ଟ୍ୟୁସନ୍ରୁ ଫେରିଯାଇଥିଲେ । ଅନ୍ୟପକ୍ଷରେ କୋଚିଂ ସେଣ୍ଟର ଗୁଡିକରେ ଚଢାଉକୁ ଦେଖି ଘରେ ଟ୍ୟୁସନ୍ କରୁଥିବା କରୁଥିବା ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମହଲରେ କୋକୁଆ ଭୟ ଖେଳିଯାଇଥିବା ପ୍ରକାଶ ପାଇଛି ।
ପ୍ରକାଶଯେ, ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ଓଡିଶା ବିଧାନ ସଭାର ମୁଖ୍ୟ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଦିଗପହଣ୍ଡି ସହରରେ ଚାଲିଥିବା ଘରୋଇ କୋଚିଂ ସେଣ୍ଟର ମାନଙ୍କରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଟ୍ୟୁସନ୍ ପଢିବାକୁ ବାଧ୍ୟବାଧକତା କରାଯାଉଥିବା ବେଳେ ଏସବୁର ବିଧିବଦ୍ଧ ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପିଟିସନ୍ ଦାଖଲ ହୋଇଥିଲା । ଉକ୍ତ ଅଭିଯୋଗ କ୍ରମେ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏଲ୍.କେ.ତ୍ରିପାଠୀ ଦିଗପହଣ୍ଡିରେ ସଦଳେବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଅଭିଯୋଗ ଆସିଥିବା ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଟ୍ୟୁସନ୍ କରୁଥିବା ନିଜ ବାସଭବନ ରାଣୀ ସାହିକୁ ଯାଇଥିଲେ । ସେଠାରେ ସାହି ବାସିନ୍ଦାଙ୍କ ଠାରୁ ମତାମତ ଗ୍ରହଣ କରିବା ପରେ ବଜାର ସାହି ସ୍ଥିତ ଆଦର୍ଶ କୋଚିଂ ସେଣ୍ଟର ଏବଂ ବ୍ରିଲିଏଣ୍ଟ୍ ଟ୍ୟୁଟରିଆଲ୍ର ଚଢାଉ କରିଥିଲେ । ପରେ ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟକୁ ଯାଇ ସେଠାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପଚରାଉଚୁରା କରିଥିଲେ । ସେଠାରେ ଘରୋଇ କୋଚିଂ ସେଣ୍ଟର ଗୁଡିକରେ ସରକାରୀ ଅଧ୍ୟାପକ ମାନେ ପାଠ ପଢାଉଥିବା ତଥୟ ସଂଗ୍ରହ କରି ସେ ଦିଗପହଣ୍ଡି ଫେରି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ । ମହିଳା ମହାବିଦ୍ୟାଳୟରେ ଶିକ୍ଷା ଦାନ ସମୟ ହୋଇଯାଇଥିଲେ ସମୟ ନିର୍ଘଣ୍ଟ ଅନୁସାରେ ଅଧ୍ୟାପକ ଅଧ୍ୟାପିକା ମାନେ ମହାବିଦ୍ୟାଳୟରେ ପହଚିଂନଥିବାରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କ୍ଷୋଭ ପ୍ରକାଶ କରିଥିଲେ । ସବିଶେଷ ତଥ୍ୟ ସଂଗ୍ରହ କରି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଫେରିଯାଇଥିବା ବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘରୋଇ କୋଚିଂ ସେଣ୍ଟର ମାନଙ୍କରୁ ନିବୃତ୍ତ ରହିବା ନେଇ କଡା ତାଗିଦ୍ କରିଥିଲେ ।
ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଆବଶ୍ୟକୀୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ସମୟ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here