ଡେଙ୍ଗୁ ସଚେତନତା ଓ ଚାରା ରୋପଣ କାର୍ଯ୍ୟକ୍ରମ

0
41

ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ;ଆଜି ଅପରାହ୍ନରେ କୋଦଳା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର କରଙ୍କ ତତ୍ଵାବଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗୁଣି ସେଠୀଙ୍କ ସଭାପତିତ୍ଵ ରେ ଡେଙ୍ଗୁ ସଚେତନତା ଓ “ପିଲାଟିଏ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗ ର ପ୍ରତିରୋଧ କରିବା ନିମିତ୍ତ ବହୁ ଗୁରୁତ୍ଵ ପୂର୍ଣ ଉପଦେଶ ଦେଇଥିଲେ । ଏହାକୁ ନେଇ ବିଦ୍ୟାଳୟ ର ଛାତ୍ରୀ ପ୍ରିୟଦର୍ଶିନୀ ଗନ୍ତାୟତ , ଛାତ୍ର ସ୍ଵସ୍ତୀକ ମିଶ୍ର ସଙ୍ଗୀତ ମାଧ୍ୟମ ରେ ସଚେତନତା କରାଇଥିଲେ । ଏହାକୁ ଛାତ୍ରଛାତ୍ରୀ ମନୋଭରି ଉପଭୋଗ କରିଥିଲେ । ସି ଆର ସି ଅଶ୍ଵିନୀ କୁମାର ପ୍ରହାରାଜ ଯୋଗ ଦେଇ ଡେଙ୍ଗୁ ସଚେତନା ର ବାର୍ତା ଦେବା ସହ “ପିଲାଟିଏ ଗଛ ଟିଏ” ବିଷୟ ରେ ଛାତ୍ରଛାତ୍ରୀଙ୍କୁ କହିବା ସହିତ ଗଛ ର ଉପକାରିତା ବିଷୟ ରେ କହିଥିଲେ । ପ୍ରତ୍ୟକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତାର ରକ୍ଷଣ ବେକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶରତ ଚନ୍ଦ୍ର ଜାଲି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଓ ଅଭିଭାବକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here