ପ୍ଲାଷ୍ଟିକ ପାଇପ୍ ସାହାଯ୍ୟ ରେ ଯୁବକଙ୍କ ଆତ୍ମହତ୍ୟା

0
204

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ହିଞ୍ଜିଳିକାଟୁ ୱାର୍ଡ ନମ୍ବର- ୧୨ ରାଜା ତୋଟା ସାହି ରେ ବାସ କରୁଥିବା ଜୈନିକ ଯୁବକ ଲକ୍ଷ୍ମୀ ନାରାୟଣ ଆଚାରୀ ମଙ୍ଗଳବାର ରାତିରେ ଘରେ କେହି ନଥିବା ସୁଯୋଗ ନେଇ ପ୍ଲାଷ୍ଟିକ ପାଇପ୍ ସାହାର୍ଯ୍ୟରେ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଦୀର୍ଘ କିଛି ବର୍ଷ ତଳେ ବ୍ରହ୍ମପୁର ପରେ ହିଞ୍ଜିଳିକାଟୁ ମୁନିସିପାଲଟି ସ୍କୁଲ୍ ସାମ୍ନା ରେ ଫାଷ୍ଟଫୁଡ଼ ଦୋକାନ କରି ଗୁଜୁରାଣ ମେଂଟାଉଥିଲେ କିଛି ଦିନ ପୂର୍ବେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । କଳହ ପରେ ଯୁବକ ଜଣକ ଦୋକାନକୁ ଯାଉନଥିବା ବେଳେ ସ୍ତ୍ରୀ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରି ଆସୁଥିଲେ । ମଙ୍ଗଳବାର ରାତିରେ ମହିଳା ଜଣକ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳକୁ ଯୁବକ ଜଣକ ଘର କବାଟ ନଖୋଲିବାରୁ ଘର ପଛ ପଟେ ଦେଇ ଘର କୁ ପ୍ରବେଶ କରିବା ସମୟରେ ପ୍ଲାଷ୍ଟିକ ପାଇପ୍ ସହାୟତାରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ସ୍ୱାମୀଙ୍କ ଝୁଲନ୍ତା ଶବକୁ ଦେଖି ମହିଳା ଜଣକ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରି ବୁଧବାର ସକାଳେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯାଇଥିବା ବେଳେ ଏନେଇ ହିଂଜିଳି ଥାନା କେସ ନଂ– ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here