ସୋନପୁର (ଓବି ନ୍ୟୁଜ) ; ଜିଲ୍ଲା ସ୍ତରିୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନିୟ ଜିଲ୍ଲା ପାଳ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ମନିଷା ବାନର୍ଜୀ ସଭାପତିତ୍ୱ କରିଥିଭା ବେଲେ ଜିଲାରେ ଜିଲ୍ଲା ସ୍ତରିୟ ସ୍ୱାଧିନତା ଦିବସ କିପରି ସାନ୍ତି ଶୃଖଲା ର ସହ ସ୍ଥାନିୟ ଷ୍ଟାଡିୟମ ପଡିଆ ଠାରେ ପାଳନ କରାଯିବ ସେ ଦିଗରେ ଆଲୋଚନା କାରଯାଇଥିଲା । ଜିଲ୍ଲାରେ ମୋଟ ୪୩ ଟି ଦଲ ପ୍ୟାରେଟ ଭାଗ ନେବା ସହ ଜିଲ୍ଲା ର କୃତି ପ୍ରତିଯୋଗି ଙ୍କୁ ପୁରୋସ୍ୃତ କରାଯିବ ସହ ସକାଳୁ ମହାପୁରୁଷ ମାନଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସକାଲୁ ୮ଟ୧୫ରେ ସ୍ଥାନିୟ ଷ୍ଟାଡିୟମ ପଡିଆ ଠାରେ ପତାକ ଉତଳନ,ଓ ସଂନ୍ଦ୍ୟାରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ ସଂସୃତି କାଯ୍ୟକ୍ରମ ପାଇଁ ନିସ୍ପତି ନିଆଯାଇଥିଲା । ପରେ ଜିଲ୍ାର ବିଭାଗ ଗୁଡିକୁ ନିଜ କାର୍ଯ୍ୟ ଗୁଡିକୁ ସୁଚାରୁ ରୁପେ ତୁଳାଇବା ପାଇଁ ଜିଲ୍ଲାପାଲ କହିଥିଲେ । ଏହି ବୈଠକରେ ଉପ ଜିଲ୍ଲାପାଲ ବଲରାମ ମଲ୍ଲିକ,ଏଡିଏମ ଶରତ ଚନ୍ଦ୍ର ପଣ୍ଡା,ଏସପି ଦେବିପ୍ରସାଦ ଦାସ, ଜିଲ୍ଲାପରିଷଦ ଅଧକ୍ଷା ଉସାକୁମାରୀ, ଡିଅଇପିଆରଓ ହରିଚରଣ ମିଶ୍ର,ଡିସିପିଓ ଚତୁଭୂଜ ଦାସ,ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରି ଙ୍କ ସହ ଜିଲ୍ଲାର ବହୁ ମନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।