ହିଞ୍ଜିଳି ସହରରେ ହାଇମାଷ୍ଟ ଲାଇଟ ଓ ଷ୍ଟ୍ରୀଟିଲାଇଟ୍ ଜଳୁନି ; ଅନ୍ଧାର ଥିବା ଯୋଗୁଁ ଅପରାଧ ବୃଦ୍ଧି ଆଶଙ୍କା

0
85

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ହିଞ୍ଜିଳିକାଟୁ ପୌରପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ସରସସୁନ୍ଦର କରିବା, ଅଞ୍ଚଳବାସୀ ଅନ୍ଧକାରରୁ ମୁକ୍ତି ପାଇବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରି ସହରର ମୁଖ୍ୟ ଛକ ବଜାର ମାନଙ୍କ ରେ ହାଇମାଷ୍ଟ ଲାଇଟ୍ ନାରେ । ଗୋଟିଏ ଗୋଟିଏ ହାଇମାଷ୍ଟ ଲାଇଟ ବାବଦ୍ କୁ ୫ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ମଧ୍ୟ ସହର ଏବେ ଅନ୍ଧାର ରେ । ଗତ ଫାନି ବାତ୍ୟା ପୌର ପରିଷଦ ପକ୍ଷରୁ ଆଗୁଆ ସତର୍କ ରହି ହାଇମାଷ୍ଟ ଲାଇଟ୍ ଗୁଡ଼ିକୁ ତଳକୁ ଓହ୍ଲାଇ ଥିଲେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଫାନି ବାତ୍ୟାକୁ ଦୀର୍ଘ ୩/ମାସ ବିତିଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ଉକ୍ତ ସ୍ଥାନ ରେ ହାଇମାଷ୍ଟ ଲାଇଟ୍ ଆଜି ପର୍ଯ୍ୟନ୍ତ ଜଳୁନାହିଁ କାହାର ନଜର ମଧ୍ୟ ପଡୁନାହିଁ ? ଅନ୍ଧାରର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି, ମଦୁଆ ମାନେ ଆଡ୍ଡା ଜମାଇବା ସୁଯୋଗ ମିଳୁଛି । ଉକ୍ତ ରାସ୍ତା ଦେଇ ବାହାର ଗାଁରୁ ମହିଳା ଓ ଟିୟୁସନ୍ ଛାତ୍ରଛାତ୍ରୀ ମାନେ ଯିବା ଆସିବା ପାଇଁ ଭୟ କରୁଛନ୍ତି । ଅନ୍ଧାର ଥିବା ସୁଯୋଗ ନେଇ ଚୋରି ଆଶଙ୍କା ବୃଦ୍ଧି ପାଉଛି ବୋଲି ବୃଦ୍ଧିଜିବୀ ମତ ଦେଇ ଥିବା ବେଳେ ସହର କେତେକ ସ୍ଥାନ ରେ ଦିନ ବେଳେ ମଧ୍ୟ ଲାଇଟ୍ ଜଳୁଥିବା ଦେଖିବାକୁ ମିଳୁଛି ଯାହା ଫଳରେ ବିଦ୍ୟୁତ୍ ଶକ୍ତି କ୍ଷୟ ହୋଉଛି ଯଥାଶୀଘ୍ର ଅଚଳ ହୋଇ ଜଳୁନଥିବା ହାଇମାଷ୍ଟ୍ ଓ ଷ୍ଟ୍ରୀଟି ଲାଇଟ୍ କୁ ସଜାଡି ଲୋକଙ୍କୁ ସେବା ରେ ନିୟଜିତ କରିବା ପାଇଁ ସାଧାରଣ ପ୍ରତିକ୍ରିୟା ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here