ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) : ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଶିଶୁ , ନାବାଳିକା ଓ ନାରୀ ନିର୍ଯ୍ୟାତନା ,ବଳାତ୍କାର ,ଅପହରଣ , ନିଖୋଜ ଓ ସର୍ବୋପରି ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି ବୃଦ୍ଧି ପାଉଥିବା ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିଭୂତି ଭୁଷଣ ପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତାମାନେ ଏକ ଶୋଭାଯାତ୍ରାରେ ଆସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଦୀର୍ଘ ୧୯ ବର୍ଷ ଧରି କ୍ରମାଗତ ଭାବେ ନାବାଳିକା ଓ ନାରୀ ନିର୍ଯ୍ୟାତନା ସହ ବଳାତ୍କାର , ଅପହରଣ ଓ ନିଖୋଜ ଭଳି ଘଟଣା ସବୁ ବଢ଼ି ଚାଲିଛି ଏବଂ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଯାହାକି , ଏହା ରାଜ୍ୟବାସୀଙ୍କ ପାଈଁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ଅଟେ । ଅନ୍ୟପକ୍ଷରେ , ବିଶେଷ କରି ବିଧାନସଭା ଭଳି ପବିତ୍ର ଗୃହରେ ମୁଖ୍ୟମନ୍ତ୍ରି ଏ ଦିଗରେ , ନିକଟ ଅତୀତରେ ରଖିଥିବା ବିବୃତିରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରାପୁରି ଠିକ ଅଛି ବୋଲି କହି ଉତ୍ତର ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସ୍ମାରକ ପାତ୍ରରେ ଦର୍ଶାଯାଇଛି । ଏଭଳି ବିପର୍ଯ୍ୟୟ ପରିସ୍ଥିତିର ନିରାକରଣ ଦିଗରେ ଆବଶ୍ୟକ ଦୃଢ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ପଲ୍ଲୀ ଠାରୁ ଆରମ୍ବ କରି ଜିଲ୍ଲା ଓ ରାଜ୍ୟ ସ୍ଥର୍ ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଭଳି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦର୍ଶାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବସନ୍ତ ପଣ୍ଡା ,ବରିଷ୍ଠ ନେତା ସଂଜୟ ଅଧିକାରୀ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।