ସୀତାପାହାଡ଼ କୂ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦାବିରେ ସାଧୁସନ୍ଥ ମାନଂକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
46

ଗଜପତି (ଓବି ନ୍ୟୁଜ୍) (ଗଣେଶ କୁମାର ରାଜୁ) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାଵନ୍ଧ ନିକଟସ୍ଥ ସାରିଆପଲ୍ଲି ଗ୍ରାମ ଉପକଣ୍ଠରେ ଥିବା ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ଶୈବପୀଠ, ମହେନ୍ଦ୍ରଗିରି ର ପାଦଦେଶରେ ଥିବା ସୀତା ପାହାଡ଼ କୂ ପର୍ଯ୍ୟଟନ ସ୍ଥଳି ର ମାନ୍ୟତା ଦିଆଯିବାକୁ ଜିଲ୍ଲାର ସାଧୁସନ୍ଥ ମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାଧୁସନ୍ଥ ମାନେ ଜିଲ୍ଲାପାଳ ଅନୁପମ ଶାହା ଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦେଇଥିବା ଦାବିପତ୍ର ରେ ସେମାନେ ଉଲ୍ଲେଖ କରିଛନ୍ତି ଯେ,ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ଏହି ସୀତା-ପାହାଡ଼ ଏକ ଗୌରବମୟ, ଐତିହାସିକ , ଧାର୍ମିକ ଓ ଆଧ୍ୟାତ୍ମିକ ବହନ କରୁଥିବା ପେଣ୍ଠସ୍ଥଳି । ଅନ୍ୟ- ପକ୍ଷରେ ଏହି ପାହାଡ଼ ଉପରେ ପୁରାଣରେ ବର୍ଣିତ କିମ୍ବଦନ୍ତୀ ସବୁ ଭରପୁର ଭାବେ ରହିଛି । ତେଣୁ ଏହି ପାହାଡ଼ ଉପରେ ପ୍ରତିବର୍ଷ ବିଭିନ୍ନ ସମୟରେ ଧାର୍ମିକ କାର୍ଯ୍ୟ ସବୁ ହୋଇଆସୁଛି । ଏମିତିକି , ମକର ସଂକ୍ରାନ୍ତି ଏଠାରେ ୩ଦିନ ବ୍ୟାପି ବହୁ ଆଡମ୍ବର୍ ସହକାରେ ପାଳିତ ହୋଇଥାଏ ଏବଂ ସେତେବେଳେ ଏଠାରେ ଉଭୟ ଓଡିଶା-ଆନ୍ଧ୍ରର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ପାହାଡର ସୌନ୍ଦର୍ଯ୍ୟ ଓ ମନୋରମ ଦୃଶ୍ୟ ସବୁ ସହ ପୂର୍ବକାଳର ମୁନିଋଷି ମାନଂକ ତପସ୍ୟା ଗୁମ୍ଫା , ସୀତା ମା’ଙ୍କ ସ୍ନାନ କୁଣ୍ଡ ଓ ପବିତ୍ର ଗଙ୍ଗା କୁଣ୍ଡ ପ୍ରଭୃତି ଦର୍ଶନୀୟ ସ୍ଥାନ ସବୁ ରହିଛି , ହେଲେ ଏଠାରେ ପାନୀୟ ଜଳ ସମେତ ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧା ବ୍ୟବସ୍ଥା କିଛୀ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ସୁବିଧା ବ୍ୟବସ୍ଥା କରାଯାଇପାରିଲେ ଏବଂ ଏହାକୁ ପର୍ଯ୍ୟଟନ ସ୍ଥଳି ର ମାନ୍ୟତା ଦିଆଗଲେ ଅଂଚଳ ବାସିଙ୍କ ସାମାଜିକ ଓ ଆର୍ଥିକ ବିକାଶ ଘଟିବା ସହ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବେଶ ଉପକୃତ ହୋଇ ପାରନ୍ତେ ବୋଲି ସାଧୁସନ୍ଥ ମାନେ କହିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ପବିତ୍ର ସୀତା ପାହାଡର ସାଧକ ସାଧୁ ଲକ୍ଷ୍ମୀ-ବାବା , ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ଯଶୋଦା ନନ୍ଦନ ଏବଂ ତେଜମୟ ସ୍ୱରୂପ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟନ ସ୍ଥଳି ର ମାନ୍ୟତା ପାଈଁ ବିଶେଷ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here