ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ ୧୧ଗାଡି ଜବତ

0
64

ଭଞ୍ଜନଗର (ଓବି ନ୍ୟୁଜ୍)(ଜୟକୃଷ୍ଣ ପଟ୍ଟନାୟକ) ; ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହୋଇଥିବା ଅଚାନକ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଯାଞ୍ଚ କାର୍ଯ୍ୟକ୍ରମ ରେ ଆଜି ସକାଳେ ଭଞ୍ଜନଗର ତହସିଲଦାର ଦିନମଣି ନାୟକ ଙ୍କ ନେତୃତ୍ୱ ରେ ଅତିରିକ୍ତ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ , ଏସଆଇ. ସମୀର ବେହେରା, ସମସ୍ତ ଆରଆଇ, ଅମିନ ଓ ଏପିଆର ଫୋର୍ସ କୁ ନେଇ ୩ଟି ଟିମ ଭଞ୍ଜନଗର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରି ୯ଟି ଟ୍ରାକ୍ଟର ଓ ୨ହାଇୱା ଟ୍ରକ ଜବତ କରିଛନ୍ତି । ଏଥିରେ ବାଲି, ଗୁଡ଼ି ଓ ଚିପ୍ସ ବୋଝେଇ ହୋଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିଲା । ସେଥିମଧ୍ୟରେ ୬ଟି ଗାଡ଼ିରୁ ମୋଟ ୯୧ହଜାର ୨୩୦ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଆଗାମୀ ଦିନରେ ଏହି ଚଢ଼ାଉ ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here