ବାଟ ଓଗାଲୁଛି ସର୍ବଶିକ୍ଷା ଅଭିଯାନ ; କଚା ରାସ୍ତା ଓ ବହୁଦୂର ଚାଲି ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି ଛାତ୍ର ଛାତ୍ରୀ ।

    0
    50

    ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ;ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସର୍ବଶିକ୍ଷା ଅଭିଯାନ ର ନାରା ଗଞ୍ଜାମ ବ୍ଲକ ର ରାମଗଡ଼ ପଞ୍ଚାୟତ ର ନୁଆଁ ପୋଡ଼ମ ପେଟା ଗ୍ରାମରେ ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହେଉଛି। ଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଗ୍ରାମ ପ୍ରତି ଅଣ ଦେଖା କରାଯାଉଥିବା ଅଭିଯୋଗ ହେଉଛି । ଯାହାକୁ ନବୀ ସର୍ବଶିକ୍ଷା ବିଭାଗ ର ବାଟ ଓଗାଳା ନୀତି ପାଇଁ ଗ୍ରାମର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଅଧ୍ୟୟନ କରିବା କୁ ଯିବା ନିମନ୍ତେ ଅମଙ୍ଗ ହେଉଛନ୍ତି । ଉକ୍ତ ଗ୍ରାମର ଷଷ୍ଠ ଶ୍ରେଣୀରେ ୧୩ ଜଣ ,ସପ୍ତମ ଶ୍ରେଣୀରେ ୧୮ ଜଣ ଓ ଅଷ୍ଟମ ଶ୍ରେଣୀରେ ୧୬ ଜଣ ଛାତ୍ର ଛାତ୍ରୀ ଏପରିକି ୪୭ ଜଣ ଛାତ୍ର,ଛାତ୍ରୀ ଅଧ୍ୟୟନ କରୁଥିବା କରୁଛନ୍ତି । ହେଲେ ସମସ୍ତ ଛାତ୍ର,ଛାତ୍ରୀ ମାନେ ପାଳିବନ୍ଧ ପଞ୍ଚାୟତ ର ନୀଳାଦ୍ରି ପୁର ଗ୍ରାମ ସ୍କୁଲକୁ ପ୍ରାୟ ୪ କିଲୋମିଟର ରାସ୍ତା ଅତିକ୍ରମ କରି ଯିବାକୁ ପଡୁଛି । ପାଳୁର ସାହେବ କେନାଲ ପାର୍ଶ୍ୱ ରାସ୍ତା ଟି ବର୍ଷା ଦିନେ କଦର୍ଯ୍ୟ ହୋଇଯାଉଥିବା ଯୋଗୁଁ ଉକ୍ତ ରାସ୍ତାରେ ଯିବା ସମ୍ଭବ ହେଉ ନାହିଁ । ଅନ୍ୟପଟେ ଛାତ୍ରୀ ମାନଙ୍କୁ ଅବିଭାବକ ମନେ ଉକ୍ତ ନିଛାଟିଆ ରାସ୍ତାରେ ସ୍କୁଲ କୁ ଛାଡିବାକୁ ରାଜି ହେଉ ନାହାଁନ୍ତି । ଯାହାକୁ ନେଇ ଚଳିତ ବର୍ଷ ପଞ୍ଚମ ପାସ କରିଥିବା ୧୩ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୭ ଜଣ ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି । ପୂର୍ବରୁ ଉକ୍ତ ଗ୍ରାମରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ସେନେଇ କୈଣସି ଗୁରୁତ୍ୱ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗତ ସୋମବାର ଦିନ ଜେ. ଗାୟତ୍ରୀ,ସି. ହେଚ .ଦେବକୀ,ସି.ହେଚ.ସୀମାଦ୍ରୀ,ସି.ହେଚ. ଗଜେନ୍ଦ୍ର,ବି.ସାତିଗା, ଡ଼ି.ସୁମୁନା ପ୍ରମୁଖ ଅବିଭାବକ ଙ୍କ ସହ ୧୩ ଜଣ ଛାତ୍ରଛାତ୍ରୀ ଗଂଜାମ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ଘଡେଇ,ଜିଲାପ୍ରକଳ୍ପ ଅଧିକାରୀ ବିନିତା ସେନାପତି ଙ୍କ ସହ ଆଲୋଚନା କରିବା ସହ ଲିଖିତ ଭାବେ ଗ୍ରାମରେ ଏମ .ଇ ସ୍କୁଲ ବ୍ୟବସ୍ତା କରାଯିବା ନେଇ ଜଣାଇଛନ୍ତି। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ସୂଚନା ଥାଉକି ସମୁଦ୍ର ଲହଡି ମାଡ଼ ଯୋଙ୍ଗୁ ପାଳିବନ୍ଧ ପଂଚାୟତ ର ପୋଡ଼ମ ପେଟା ଗ୍ରାମ ଗୋଟିଏ ସହି ସମୁଦ୍ର ଗର୍ଭ ରେ ଲିନ ହେଇ ଯିବା ଯୋଗୁଁ ଉକ୍ତ ଗ୍ରାମର ୧୦୫ ପରିବାର କୁ ୨୦୧୩ ମସିହାରେ ରାମଗଡ଼ ପଞ୍ଚାୟତ ର ଦୁମୁନାଗିରି ପାହାଡ଼ ପାଦଦେଶରେ ପାଲୁରୁ ସାହେବ କେନାଲ ପାର୍ଶ୍ୱ ରେ ଜିଲା ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିଲା । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଧା ଗ୍ରାମରେ ଶିକ୍ଷାବ୍ୟବସ୍ଥା ଓ ରାସ୍ତାଘାଟ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସ୍ନମୁଖୀନ ହେଉଥିବା ପରିଲକ୍ଷିତ ହେଉଛନ୍ତି । ତେଣୁ ଗାଁର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଉକ୍ତ ସମସ୍ୟା କୁ ଗୁରୁତର ସହ ବିଚାର କରି ପଦକ୍ଷପ ନେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

    LEAVE A REPLY

    Please enter your comment!
    Please enter your name here