ମାଟିଖାଲ ଠାରେ ଯୋଶନ୍ଦା ଫାଉଣ୍ଡେସନ ପକ୍ଷରୁ ନଡିଆ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

0
56

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଯୋଶନ୍ଦା ଫାଉଣ୍ଡେସନ ପକ୍ଷରୁ କଣମଣା ପଞ୍ଚାୟତ ଅନ୍ତର୍ଗତ ମାଟିଖାଲ ଗ୍ରାମରେ ନଡିଆ ଚାରା ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଯୋଗଦେଇ ଚୋରା ରୋପଣ କରିବା ସହ ଚାରା ବଣ୍ଟନ କରିବା ସହ ଏହାରନ ଯତ୍ନ ନେବା ଉପରେ ଗ୍ରାମବାସୀଙ୍କୁ କହିଥିଲେ । ଅନ୍ୟତମ ଅତିଥୀ ଭାବେ କଣମଣା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଏ.ବିଶ୍ୱମ୍ବର ଯୋଗଦେଇ ବୃକ୍ଷ ରୋପଣ ଏକ ମହତ୍ କାର୍ଯ୍ୟ ଓ ବୃକ୍ଷ ଆମର ଜୀବନ ଉପରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଗ୍ରାମର ୫୦ଜଣ ମହିଳାଙ୍କୁ ୧୦୦ରୁଉଦ୍ଧ୍ୱର୍ ନଡିଆ ଚାରା ବଣ୍ଟନ କରାଯିବା ସହ ଏହା ଯତ୍ନ ନେବା ଉପରେ ଟ୍ରଷ୍ଟି ସାଗରିକା ପଣ୍ଡା କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୋଶନ୍ଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here