ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣ-ଧାରଣା

0
50

ଗଜପତି (ଓବି ନ୍ୟୁଜ): ଚଳିତ ବର୍ଷ , ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୂ ଏବଂ ଜିଲାରେ, କେତେକ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ମାନେ , ବିଜେଡ଼ି: ର ହାତ-ବାରିସି ହୋଇ ମନମୁଖୀ ଶାସନ କରୁଥିବା ବିରୁଦ୍ଧରେ ଆଜି ଜିଲ୍ଲା ଭାଜପା: ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିରାଟ ବିକ୍ଷୋଭ ପ୍ରଦର୍ଶନ , ସଭା , ଗଣଧାରଣା ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ-ଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦୦ ରୁ ଉର୍ଦ୍ଧ୍ବ ଭାଜପା: ନେତା ଓ କର୍ମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ । ଜିଲ୍ଲାକୁ ମରୁଡି ଘୋଷଣା ଏବଂ ମନମୁଖୀ ଶାସନ ସମ୍ପର୍କିତ ପ୍ଲା-କାର୍ଡ ମାଁ ଧରି ବିଭିନ୍ନ ସ୍ଲୋଗାନ ସବୁ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟଲୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ୍ କରିଥିଲେ ।

ଭାଯପା ଜିଲ୍ଲା ସଭାପତି ଭେଁଙ୍କେଟ ରାବଣଙ୍କ ସଭାପତି- ତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ,ବରିଷ୍ଠ ନେତା ନୃସିଂଙ୍ଘ ପଟନାୟକ , ପିନିଟି କ୍ରିସ୍ନା , ମୁଲି ଗୋପାଳ ରାଓ , ସିଦ୍ଧେଶ୍ବର ମିଶ୍ର ,ଚାପରା ଟ୍ରୀକେଶ୍ଵରି , ଭାରତୀ ଆମ୍ମା , କୃଷକ ମୋର୍ଚ୍ଚା ର ସଭାପତି ପ୍ରଶାନ୍ତ ପାଳ ଏବଂ ମହିଳା ମୋର୍ଚ୍ଚା ର ଆରୁଣୀମା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତ , ଗଜପତି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇ ଚାଷବାସ କ୍ଷେତ୍ରରେ ମରୁଡି ପରିସ୍ଥିତି ଦେଖାଯାଇଛି । ତେଣୁ ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରାଯାଉ , ଚାଷୀଙ୍କୁ ଫସଲ ବୀମା ଦିଆଯାଉ , କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ , ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦିଆଯାଉ ,ଚାଷୀଙ୍କୁ କୃଷି ରୄଣ ଛାଡ଼ କରାଯାଉ ଏବଂ ବିଜେଡ଼ି ଦଳର ଗୋଲାମି ସାଜି ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ମାନେ ସେମାନଙ୍କ ମନମୁଖୀ ଶାସନ ବନ୍ଦ କରିବା ସହ ପ୍ରକଳ୍ପ ନିର୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଦାବି କରିଥିଲେ । ଶେଷରେ ଜିଲ୍ଲାପାଳ ଅନୁପମ ଶାହା ଙ୍କୁ ମହାମାନ୍ୟ ରାଜ୍ୟପାଳ ଙ୍କ ଉଦେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here