ଆଗତ ହେବ ତ୍ରିପଲ୍ ତଲାକ ବିଲ୍

0
20

ନୂଆଦିଲ୍ଲୀ(ଓବି ନ୍ୟୁଜ): ଲୋକସଭାରେ ଆଜି ଆଗତ ହେବ ତ୍ରିପଲ ତଲାକ ବିଲ୍ । ଏହି ବିଲ୍ ଗତ ମୋଦି ସରକାରଙ୍କ ଅମଳରେ ସଂସଦ ଭବନରେ ଆଗତ ହୋଇଥିଲା । ଆଉ ତାକୁ ନେଇ ଏକରକମର ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ବିଲ୍ର ନିୟମକୁ ନେଇ କିଛି ରାଜନୈତିକ ଦଳର ନେତାମାନେ ଆପତି ଅଭିଯୋଗ ଉଠାଇଥିଲେ । ତଥାପି ବିଲ୍ଟି ରାଜ୍ୟସଭାରେ ପାରିତ ହୋଇଥିଲା । ଏଣୁ ଏବେ ପୁଣି ଥରେ ମୋଦି ସରକାର ୍ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିଥିବାରୁ ଆଜି ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା କରାଯିବ । ବିବାହିତ ମୁସଲିମ୍ ପରିବାରରେ ସ୍ୱାମୀ ନିଜ ସ୍ତ୍ରୀକୁ ତିନି ଥର ତଲାକ କହିଲେ ସେମାନଙ୍କର ବିବାହ ବିଚ୍ଛେଦ ଘଟୁଥିଲା । ତେବେ ମୋଦି ସରକାର ଏଥିରେ ସଂଶୋଧନ ଆଣିଛନ୍ତି । ତଲାକ କହିଲେ ଅପରାଧ ରୂପେ ଗ୍ରହଣ କରାଯିବା ସହ ଦୋଷୀକୁ ଜେଲ ଦଣ୍ଡ ମିଳିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ଏହି ବିଲରେ । ବିଲ୍ ଉପରେ ଆଲୋଚନା କରି ଏହାକୁ ପାସ କରିବା ନିମନ୍ତେ ବିଜେପି ପକ୍ଷରୁ ନିଜର ସମସ୍ତ ସଦସ୍ୟ ଓ ସହଯୋଗୀ ସଦସ୍ୟଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ତେବେ ବିଲକୁ ନେଇ ବିରୋଧି ଦଳ ନେତାଙ୍କ ଆଭିମୁଖ୍ୟ କଣ ରହିବ ତାହା ଆଲୋଚନା ସମୟରେ ସ୍ପଷ୍ଟ ହେବ । ଏହି ବିଲ୍କୁ ବହୁ ମୁସଲିମ୍ ମହିଳା ଓ ସଙ୍ଗଠନ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here