ଧର୍ମଗଡ ଦଣ୍ଡପାଟ ଅଂଚଳ ଜମି ଫାଟି ଆଁ :ମରୁଡି ଆଶଙ୍କାରେ ଚାଷୀ

0
30

ଧର୍ମଗଡ (ଓବି ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା, ଗାଡିଆଯୋର, ବଡ଼ଘୁମେର, କଦଲିମୁଣ୍ଡା, ଛଞ୍ଚାଣବାହାଳି, ବେହେରା, ଏଭଳି ଦଣ୍ଡପାଟ ଅଂଚଳ ରେ ଥିବା ସମସ୍ତ ଗ୍ରାମପଞ୍ଚାୟତ ରେ ବର୍ଷା ନ ହେଉଥିବାରୁ ଆଗାମୀ ଦିନରେ ଏକ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଆଶଙ୍କା କରାଯାଉଅଛି । ବର୍ଷା ନ ହେବା ଯୋଗୁଁ ଚାଷ ଜମି ଫାଟି ଆଁ କରି ବସିଲାଣି ଜଳସେଚନ ର କୌଣସି ବ୍ୟବସ୍ଥା ନ ଥିବା ଧର୍ମଗଡ ଦଣ୍ଡପାଟ ଅଂଚଳ ରେ ଚାଷୀ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରନ୍ତି ।

ବାରମ୍ବାର ଅନାବୃଷ୍ଟି ଯୋଗୁଁ ଜଳାଭାଵ ଚାଷୀ ଙ୍କ ମେରୁଦଣ୍ଡ ଦୋହଲାଇ ଦେଉଅଛି । ବର୍ଷା କୁ ଆଖି ଆଗରେ ରଖି ଜୁନ ମାସରେ ବୁଣା ଯାଇଥିବା ବିହନ ଏବେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି ଖରାଦିନେ ନଦୀ ନାଳ ସୁଖୀ ଯାଉ ଥିବାରୁ ପାଣି ମଡ଼ାଇବା ମଧ୍ୟ ଚାଷୀ ପାଇଁ ସମ୍ଭବ ନୁହେଁ । ଗୁଡ଼ାଏ ଅଂଚଳ ରେ ଯଥା-ସେମଲା, ଲଛିପୁର, କଦଲିମୁଣ୍ଡା ର ଜମି କୁ ଲଙ୍ଗଳ ପଶି ନାହିଁ ଜମି ଖରା ଦିନ ଭଳି ଟାଙ୍ଗରା ହୋଇ ପଡି ରହି ଅଛି । ପୁନର୍ବାର ଦଣ୍ଡପାଟ ବାସି ଏକ ଭୟଙ୍କର ମରୁଡି ରେ ସମ୍ମୁଖୀନ ହେବା ଆଶଙ୍କା ବଢି ଗଲାଣୀ । ଏଭଳି ସ୍ଥିତି ରେ ଖରିଫ ଋତୁ ପାଇଁ ଚାଷୀ ଋଣ କରି ଥିଲେ କିଭଳି ଭରଣ କରିବେ ବୋଲି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

LEAVE A REPLY

Please enter your comment!
Please enter your name here