ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍ ଆଗତ

0
42

ନୂଆଦିଲ୍ଲୀ(ଓବି ନ୍ୟୁଜ): ସଂସଦରେ ପୂର୍ବରୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଲ୍ର ସଂଶୋଧିତ ବିଧେୟକକୁ ପୂର୍ବରୁ ମଂଜୁରୀ ମିଳିସାରିଛି । ନଦୀ ଜଳକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ବିବାଦ ମତାନ୍ତର ଓ ମନାନ୍ତରରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଏହି ବିଲ୍ ଉପରେ ଆଜି ସଂସଦରେ ଆଲୋଚନା ଆଲୋଚନା ଆରମ୍ଭ ହୋଇଛି । ୧୮ ମାସ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଏହି ବିଲରେ ବ୍ୟବସ୍ଥା କରାଯାଇଛି । ବିବାଦର ତ୍ୱରିତ ବିଚାର ଓ ନ୍ୟାୟିକ ସମାଧାନ ପ୍ରକ୍ରିୟାକୁ ଅଧିକ ସରଳ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ବିଲ୍ ପାସ୍ ହେଲେ ଓଡ଼ିଶାରେ ମହାନଦୀ ଜଳକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶା କରାଯାଉଛି । ଏହି ବିଲ୍କୁ ନେଇ ସଂସଦ ଭବନରେ ଆରମ୍ଭ ହୋଇଯାଇଛି ଗରମାଗରମ ଆଲୋଚନା ।

LEAVE A REPLY

Please enter your comment!
Please enter your name here