ରଙ୍କିବନ୍ଧ ପୁନରୁଦ୍ଧାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମୁହାଁମୁହିଁ

0
49

ଧରାକୋଟ(ଓବି ନ୍ୟୁଜ)(ଗିରିଜା ପ୍ରସାଦ ରଥ): ଧରାକୋଟ ବ୍ଲକ ବାହାରପୁର ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ପ୍ରକାଶ ଯେ ରଙ୍କିବନ୍ଧରେ ହିଟାଚି ମେସିନ ଦ୍ୱାରା ବନ୍ଧର ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଫୋନ ଦ୍ୱାରା ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଧରାକୋଟ ତହସିଲଦାର ଓ ବିଡିଓଙ୍କୁ କହିଥିଲେ । ପରେ ବିଡିଓ ସହକାରୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ସହକାରୀ ଯନ୍ତ୍ରୀ ଏହାର ସତ୍ୟତା ଜାଣିବା ପରେ ବିଡିଓଙ୍କୁ ଜଣାଇଥିଲେ । ପରେ ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଂଚି କାମ ବନ୍ଦ କରିଥିଲେ । ସରକାରୀ ନିୟମ ପ୍ରକାରେ ଜୁନ ୧୫ରୁ ମାଟି କାମ ହୋଇପାରିବ ନାହିଁ । ଏହାକୁ ଭିତି କରି ପ୍ରତିପକ୍ଷ ଗୋଷ୍ଠି ସରକାରୀ ଅନୁଦାନରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ ଗ୍ରାମର କିଛି ମହିଳା ବିଡିଓଙ୍କ ପ୍ରକୋଷ୍ଠରେ ପହଂଚି କାମ କାହିଁକି ବନ୍ଦ କରାଗଲା ବୋଲି ପଚାରିଥିଲେ । ଏହାସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ଅଡ଼ି ବସିଥିଲେ । ତହସିଲଦାର ଓ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ଏହାର ଉପଯୁକ୍ତ ତଥ୍ୟ ମାଗିଥିଲେ । ସେହି ସମୟରେ ଗ୍ରାମର ଜଣେ ବ୍ୟକ୍ତି ଆମ ପାଖରେ କାର୍ଯ୍ୟାଦେଶ ଅଛି ବୋଲି କହିଥିଲେ । ତହସିଲଦାର ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି । ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠି ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ଏ ନେଇ ଥାନାରେ ଏତଲା ଦେବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here