ଝୁଲନ୍ତା ଅବସ୍ଥା ଅବସ୍ଥାରେ ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ?

0
134

ବ୍ରହ୍ମପୁର(ଓବି ନ୍ୟୁଜ): ବନ୍ଦ କୋଠାରୀ ଘରୁ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଳିଛି । ଘଟଣାଟି ଘଟିଛି ବଡ଼ବଜାର ଥାନା ଅନ୍ତର୍ଗତ କୁଠାରୀ ମନ୍ଦିର ସାହିରେ । ଜଣେ ୫୫ବର୍ଷିୟ ମହିଳା ବେକରେ ରସି ଲଗାଇ ଝୁଲୁଥିବା ଅବସ୍ଥାରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଛି ।


ସୂନାଯୋଗ୍ୟ ଯେ ବଡ଼ବଜାର ଥାନା ଅନ୍ତର୍ଗତ କୁଠାରୀ ମନ୍ଦିର ସାହିରେ କୁରୀ ନାୟକ ନାମକ ଜଣେ ମହିଳା ଗତ ୮ ମାସ ହେବ ଘର ଭଡ଼ା ନେଇ ପୁଅ ବୋହୂଙ୍କ ସହ ରହି ଆସୁଥିଲେ । କିଛି ଦିନ ହେଲା ବୋହୂର ଦେହ ଖରାପ ହେତୁ ପୁଅ ବୋହୂ ଶ୍ୱଶୁର ଘରକୁ ଚାଲି ଯାଇଥିଲେ । ଘରେ କେହି ନଥିବା ବେଳେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ କୁରୀଙ୍କ କବାଟ ବନ୍ଦ ଥିବା ଦେଖି ଝରକା ପଟରୁ ଦେଖିବା ବେଳକୁ କୁରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେଖି ପୁଲିସ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତମାନ ସୁଦ୍ଧା ସ୍ୱଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here