ହିଂଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ଗୋଡ଼ ଥିଲେ ସମସ୍ତେ ଚାଲିପାରନ୍ତି, କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ । ସେମିତି ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । କିନ୍ତୁ ବିନା ଇଚ୍ଛା ଶକ୍ତିରେ କୌଣସି ମଧ୍ୟ କାର୍ଯ୍ୟ କରିହୁଏ ନାହିଁ । ଇଚ୍ଛାଶକ୍ତି ବଳରେ ସମସ୍ତେ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରିହୁଏ । ଏହି ଉକ୍ତିଟିକୁ ସାର୍ଥକ କରିଛନ୍ତି ‘ପଦ୍ମଶ୍ରୀ ପୁରସ୍କାର’ ପ୍ରାପ୍ତ କଟକର ଚା’ ବାଲା ଡି.ପ୍ରକାଶ ରାଓ ଜୀ । ଯାହାଙ୍କ ଜୀବନ ସମସ୍ତ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ପ୍ରେରଣା । ଯାହାର ପ୍ରଚେଷ୍ଟା ଫଳରେ ବହୁ କୁନି କୁନି ଛୁଆଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ସଂଚାର ହୋଇପାରିଛି । ଯିଏ ପ୍ରମାଣିତ କରିଛନ୍ତି ବିନା ପଇସାରେ ମଧ୍ୟ ଜନସେବା କରିହୁଏ । ତ୍ରିରଙ୍ଗା ଯୁବକ ସଂଘର ବହୁ ଯୁବକ ସ୍ଥାନୀୟ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିରର ପ୍ରାଙ୍ଗଣରେ ଉପସ୍ଥିତ ହୋଇଥିଲେ । ସମସ୍ତେ ମିଳିତ ଭାବେ ଡି.ପ୍ରକାଶ ରାଓ ଜୀଙ୍କ ଆରୋଗ୍ୟ କାମନା କରି ମହାମୃତ୍ୟଞ୍ଜୟ ମନ୍ତ୍ର ପାଠ ସହ ଦୀପ ଦାନ କରିଥିଲେ । ସଂଘ ସଭାପତି ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରିଥିଲେ । ସଂଘ ସଦସ୍ୟ କିରଣ କୁମାର ପୃଷ୍ଟି, ବାଳକୃଷ୍ଣ ମହାପାତ୍ର, ଆଲୋକ ନାୟକ, ପୁରୁଷୋତମ ମଲ୍ଲ, ପ୍ରଭାତ କୁମାର ମହାରଣା,ପ୍ରଶାନ୍ତ ସାହୁ, ସଞ୍ଜୟ ପଣ୍ଡା, ଇ.ସରୋଜ ପାତ୍ର, ଆକାଶ ବାଡ଼ତ୍ୟା, ରାକେଶ ଭୂୟାଁ, ରଂଜନ ସେଠୀ, ପ୍ରସାଦ ମହାରଣା, ରୁଦ୍ର ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।