ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ଭାରତୀୟ ଶିଶୁ ବିଶେଷଜ୍ଞ ଏକାଡ଼େମୀର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିଶୁ ବିଶେଷଜ୍ଞ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଓଆରଏସ୍ ସପ୍ତାହ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଆରଏସ୍ ର ଏକ ଅମୃତ ଶୀର୍ଷକ ସଂପର୍କରେ ଡ଼ା. ନିକୁଞ୍ଜ ବିହାରୀ ଦାଶ (ଶିଶୁ ରୋଗ ବିଶେଷଜ୍ଞ) ଉପସ୍ଥିତ ଛାତ୍ରଛାତ୍ରମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏହା ସହ ଅନ୍ୟ ଶିଶୁ ବିଶେଷଜ୍ଞ ଡ଼ାକ୍ତର ଅଲେଖ କୁମାର ପ୍ରଧାନ ଡ଼ାଇରିଆରୁ କିପରି ସଚେତନ ରହିବେ ତାହା ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ସହ ହାତ ସଫା କରି ଖାଦ୍ୟପାନ କରିବା ପାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ସୁବର୍ଣ୍ଣମାଳା ବିଷୋୟୀ, ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଉପସ୍ଥିତ ଥିଲେ । ଶେଷରେ ଗୁରୁଜୀ ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।