ବ୍ରହ୍ମପୁର ବିଶ୍ୱିଦାଳୟ ପରିସରରେ ଅଘଟଣ

0
136

ଗୋପାଳପୁର (ଓବି ନ୍ୟୁଜ)(ସୁନୀଲ କୁମାର ସାହୁ): ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀ ନିବାସରେ ଘଟିଛି ଅଘଟଣ । ଛାତ୍ରୀ ନିବାସର ବାଥରୁମ୍ କୋଠା ଭୁଷୁଡ଼ି ପଡ଼ିଛି । ତିନି ମହଲା ବିଶିଷ୍ଟ ଏହି କୋଠାର ସମସ୍ତ ବାଥରୁମ୍ କୋଠା ଗୁଡ଼ିକ ଭାଙ୍ଗି ଯାଇଥିବାର ଜଣାପଡ଼ିଛି । ଅପରାହ୍ନ ଗୋଟାଏ ସମୟରେ ଘଟିଛି ଏହି ଅଘଟଣ । ଅନେକ ପିଲା କ୍ଲାସକୁ ଯାଇଥିବା ବେଳେ ଆଉ କିଛି ପିଲା ହଷ୍ଟେଲରେ ରହିଥିଲେ । ତେବେ ଭାଙ୍ଗି ପଡ଼ିଥିବା ବାଥରୁମ୍ କୋଠାରେ ଥିବା ଜଣେ ଛାତ୍ରୀ ସୌଭାଗ୍ୟ ବଶତଃ ବର୍ତି ଯାଇଛି । ଏହି ଘଟଣାରେ କୌଣସି ଛାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ପୁରୁଣା କୋଠା ଯୋଗୁଁ ଏପରି ଘଟିଥିବାର ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here