ଡକାୟତି ଯୋଜନା ବିଫଳ, ୬ ଗିରଫ

0
211

ଧରାକୋଟ (ଓବି ନ୍ୟୁଜ)(ଗିରିଜା ପ୍ରସାଦ ରଥ): ଧରାକୋଟ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଡକାୟତି ଉଦ୍ୟମ କରୁଥିବାବେଳେ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅନ୍ୟ ଦୁଇ ଜଣଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଘର ତୋଟା ନିକଟରେ ୬ରୁ ୮ ଜଣ ଡକାୟତ ସେଠାରେ ଲୁଟ୍ କରିବା ନିମନ୍ତେ ଯୋଜନା କରୁଥିଲେ । ଗତକାଲି ରାତ୍ର ୨.୪୦ ମିନିଟରେ ଡକାୟତିମାନେ ଲୁଟ ଉଦ୍ୟମ ପାଇଁ ଯୋଜନା କରୁଥିବାର ପୁଲିସ ନିକଟରେ ପହଂଚିଥିଲା ଖବର । ସଙ୍ଗେ ସଙ୍ଗେ ଥାନାଧିକାରୀ ସନ୍ତୋଷ କୁମାର ବେହେରା ଓ ତାଙ୍କ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ପୁଲିସକୁ ଦେଖି ଡକାୟତମାନେ ଛତ୍ରଭଙ୍ଗ କରୁଥିବାବେଳେ ୬ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ୨ ଜଣ ଖସି ପଳାଇଥିବା ଜଣାପଡ଼ିଛି । ଗିରଫମାନଙ୍କ ମଧ୍ୟରେ ଶିବରାମ ପରିଚ୍ଛା, ଜଗା ନାୟକ, ରବି ନାହାକ, ସଞ୍ଜୟ ସ୍ୱାଇଁ, କୃଷ୍ଣଚନ୍ଦ୍ର ବେହେରା, ସାଇଶଙ୍କର ପଲେଇ । ସେମାନଙ୍କ ନିକଟରୁ ଦୁଇଟି ଜୀବନ୍ତ ବୋମା, ତିନୋଟି ଖଣ୍ଡା, ନମ୍ବର ବିହୀନ ପଲସର ଗୋଟିଏ ଜବତ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here