କମିଶନର ନୂତନ ପଦକ୍ଷେପ: ଗଦା ହୋଇଥିବା ବାଲି, ଗୋଡ଼ି ରାସ୍ତାରୁ ହଟାଇଲା ବିଏମସି

0
40

ବ୍ରହ୍ମପୁର(ଓବି ନ୍ୟୁଜ): ବିଭିନ୍ନ ସମୟରେ ମହାନଗର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଜନସାଧାରଣ ବାଲି, ଗୋଡ଼ି ଓ ଇଟା ଜମା କରି ରଖୁଥିବା ନଜିର ରହିଛି । ଫଳରେ ରାସ୍ତା ଅବରୋଧ ହୋଇ ରହିବା ସହ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି । ମାସ ମାସ ଧରି ଏଗୁଡ଼ିକ ଜମି ରହିବା ଫଳରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏଣୁ ଗୁରୁବାର ବ୍ରହ୍ମପୁର ମହାନଗର କମିଶନର ଚକ୍ରବର୍ତି ସିଂ ରାଠୋର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଏକ ସ୍କ୍ୱାଡ୍ ଗଠନ କରି ବିଭିନ୍ନ ସ୍ଥାନରୁ ଡ୍ରୋଜର ଓ ଟ୍ରାକ୍ଟର ସହାର୍ଯ୍ୟରେ ଉଚ୍ଛେଦ କରିଛନ୍ତି । ଆଗାମୀ ଦିନରେ ଏପରି କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହଛନ୍ତି । କମିଶନରଙ୍କ ଏପରି କାର୍ଯ୍ୟକ୍ରମକୁ ଜନସାଧାରଣ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here