ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ଆସିକା ଚିନିକଳ ପକ୍ଷରୁ ଆଖୁ ଚାଷର ସୁ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଜଣେ କର୍ତ୍ତବ୍ୟନିଷ୍ଠ କ୍ଷେତ୍ର ପରିଦର୍ଶକ ଭାବେ ସୁନାମ ଅର୍ଜନ କରିଥିବା କର୍ମଚାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଆଜି ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଳୀ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଗ୍ରାମ ସଭାପତି ମୁକୁନ୍ଦ ମାଧବ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା, ରଙ୍କନାଥ ସ୍ଵାଇଁ ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଶ୍ରୀ ପଟ୍ଟନାଯକ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରସଂଶା କରିଥିଲେ । ସେ ଏହି ଅଞ୍ଚଳରେ ଅଳ୍ପ ଦିନ ଭିତରେ ଆଖୁ ଚାଷର ଉନ୍ନତି ସହ ଚାଷୀଙ୍କ ଅସୁବିଧା ସମାଧାନ ପାଇଁ ପଦକ୍ଷେପ ନେଇ ଚାଷିଙ୍କ ଅତି ଅପଣାର ହୋଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଚାଷୀ ଙ୍କ ସହଯୋଗ କଦାପି ଭୁଲି ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପକ୍ଷରୁ ପ୍ରସନ୍ନ କୁମାର ପାଠି, ସରୋଜ କୁମାର ପ୍ରହରାଜ, ଦେବେନ୍ଦ୍ର କୁମାର ସାହୁ, କମ୍ଭୁପାଣି ବେହେରା, ଶିବ ଶଙ୍କର ଦାଶ, କଲ୍ୟାଣୀ ସାହୁ ଓ ଜଗନ୍ନାଥ ଛୋଟରାୟ ଙ୍କ ସମେତ ଅଙ୍ଗାର ଗାଁ, ତଳସରା, ଓ ହଂସତୁଳି ଅଞ୍ଚଳର ସମସ୍ତ ଆଖୁ ଚାଷୀ ଓ ହଂସତୁଳି ଗ୍ରାମର ପରିଚାଳନା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ ।