ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମ ସ୍ଥିତ ଲାଞ୍ଜିଆ- ଶଉରା ଉନ୍ନୟନ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ୨ ଦିନିଆ ଗର୍ଭଵତି ଓ ଶିଶୁସ୍ବାସ୍ଥ୍ୟ ଉପରେ ଏକ ଜନ ସମ୍ପର୍କ ତାଲିମ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁମ୍ମା ମେଡ଼ିକାଲ ଅଫିସର ଡ଼ଃ ରାକେଶ କୁମାର ବେହେରା ଯୋଗ ଦେଇ ଶିଶୁଟି ଗର୍ଭରେ ରହିବା ଦିନଠାରୁ -ଜନ୍ମ ହେବାର ୨ ବର୍ଷ ମଧ୍ୟରେ , ୧ ହଜାର ଦିନର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୋପାନର ଦାୟିତ୍ଵ , ସ୍ବାସ୍ଥ୍ୟ ଯତ୍ନ ଓ ରକ୍ଷା , ଟୀକାକରଣ ଓ ଖାଦ୍ୟପେୟ ପ୍ରଭୃତିର ନିହାତି ଆବଶ୍ୟକତା ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ । ଅନ୍ୟପକ୍ଷରେ ୨ୟ ଦିନରେ ଉନ୍ନୟନ ସମିତିର ପ୍ରସନ୍ନ କୁମାର ମେହେର ଯୋଗ ଦେଇ ପୃଷ୍ଟି ହୀନତାର କାରଣ ଏବଂ ଅଂଚଳରେ ମିଳୁଥିବା ଖାଦ୍ୟଶସ୍ୟ ସମ୍ପର୍କରେ ଏବଂ ସମ୍ପର୍କର ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ଗର୍ଭବତୀ ମହିଳା ମାନଂକ ନିୟମିତ ଟିକାକରଣ ଓ ଜନ୍ମରୁ ୨ ବର୍ଷ ବୟସର ଶିଶୁଙ୍କ ଟୀକାକରଣ ଏବଂ ପୁଷ୍ଟିହୀନତାର କାରଣ ଓ ପ୍ରତିକାର ର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମା ବ୍ଲକର ଭବାନୀ , ଅଜୟଗଡ଼ ଓ କୁଜାସିଂ ପ୍ରଭୃତି ଗ୍ରାମାଞ୍ଚଳର ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ , ପି:ଏଚ:ଇ:ଓ: , ଆଇ:ସି:ଡ଼ି:ଏସ: ସୁପରଭାଇଜର ଏମପିଏ: ଲେବେଲ ଟିମ ,ଏବଂ ଓପିଇଏଲଆଇପି:ରୁ ଆସିଥିବା ସିଆରପି: ମାନଙ୍କୁ ବୁଝାଇ ସଚେତନ କରାଯାଇଥିଲା ।