ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ; ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଥିବା ସର୍ବସାଧାରଣ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ କେ.କେ ଫୋଟ ଷ୍ଟୁଡିଓରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଦୋକାନରେ ଥିବା ଏକ କ୍ୟାମେରା, ମନିଟର,ପ୍ରିଣ୍ଟର ସମେତ ନଗତ ୧୨ ହଜାର ଟଙ୍କା କିଛି ଦୁର୍ବୁତ୍ତ ଚୋରି କରିଛନ୍ତି । ଦୋକାନ ମାଲିକ ସକାଳୁ ଦୋକାନ ଆସି ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଭଞ୍ଜନଗର ଥାନାକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ତଦନ୍ତତ କରୁଥିବା ଦେଖିବାକୁ ମିଳିଛି ।