ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

0
45

ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାଗିଲିପଦର ବିଦ୍ୟାଳୟର ଶିକ୍ଷୟିତ୍ରୀ ନନ୍ଦିନୀ ରାଣୀ ବେହେରା ଓ ବି. ନୂଆଗାଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିପିକା ଭୋଇ ଯୋଗ ଦେଇ ଏହି ବିଦ୍ୟାଳୟର ୫୦ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ସଂପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଗୁରୁବାର ଦିନ ଏହି ଶିବିରର ଉଦଯାପନୀ ଉତ୍ସବରେ ଅମରେସ୍ଵର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା, ସି. ଆର୍. ସି. ସି ଲକ୍ଷ୍ମୀଧର ସେଠୀ, ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ଵାଇଁ, ପ୍ରଧାନ ଶିକ୍ଷକ ସୁରଜିତ୍ ବିଶୋୟୀ ଯୋଗ ଦେଇଥିଲେ । ଏହି ଶିବିର ଗତ ୧୭ ତାରିଖରୁ ଚାଲିଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗୀ କରିଥିଲେ ।

LEAVE A REPLY

Please enter your comment!
Please enter your name here