ଜିଲ୍ଲା ସ୍ତରୀୟ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ’ର ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ ଶିବିର

0
82


ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ , ଏକ ଜିଲ୍ଲା ସ୍ତରୀୟ ୨୭-ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ’ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ-ଶିକ୍ଷୟତ୍ରୀ ମାନଂକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ’ର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟନାୟକ ଯୋଗ ଦେଇ , କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ନେଇଥିବା ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଓ ଗଞ୍ଜାମ ଜିଲ୍ଲାର ପ୍ରାକ୍ତନ ବିଜ୍ଞାନ ନିରୀକ୍ଷକ ଗୋକୁଳ କୃଷ୍ଣ ପଣ୍ଡା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭି ଉଚ୍ଚ ବିଦ୍ୟାଳୟର ୧୧୦ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ””ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ରାଷ୍ଟ୍ର ଗଠନ ସକାଶେ ବିଜ୍ଞାନ , ପ୍ରଯୁକ୍ତି , ବିଦ୍ୟା ଓ ନବ ଅନ୍ୱେଷ୍ ଉପରେ ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ , ଗତବର୍ଷ ଜାତୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ସହାୟକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ବାଳକୃଷ୍ଣ ମାଝି ଓ ଦେବଦାସ ତାମରାପୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here