ସରକାରୀ ଯୋଜନା ସାତ ସପନ । କୋଳରେ ୫ ମାସ ର ଶିଶୁ କୁ ଧରି ଭିକ୍ଷାବୃତ୍ତି କରି ବିତୁଛି ଜୀବନ।

0
71


ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପ୍ରଣୟନ ଦେଶର କୋଟି କୋଟି ସାଧାରଣ ଜନତା ଉପକୃତ ହୋଇ ପାରୁଥିବା ବେଳେ ସରକାର ଉକ୍ତ ଯୋଜନା ମାନଙ୍କ ଦ୍ଵାରା ଗରିବୀ ହଟାଉ ଥବା ଦାବୀ କରି ଆସୁଛନ୍ତି । ହେଲେ ଏମିତି ଅନେକ ପରିବାର ଅଛନ୍ତି । ଯେଉଁ ମାନେ କି ସମାଜର ବଡ଼ପଣ୍ଡା ମାନକଙ୍କ ଦ୍ରୁଷ୍ଟି ଆଢୁଆଳରେ ରହିଯାଇଛି । ନା ସେମାନଙ୍କ ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁଛି ନା ଜନପ୍ରତିନିଧି ମାନଙ୍କ ଦୃଷ୍ଟି ପଡୁଛି । କୌଣସି ଗୋଟିଏ ମଧ୍ୟ ଜନକଲ୍ୟାଣ କରି ଯୋଜନା ସେମାନଙ୍କ ନିକଟରେ ପହଂଚି ପାରିନାହିଁ । ଯାହାକୁନେଇ ସେହି ପରିବାର ଯାଯାବର ଜୀବନଯାପନ ବିତାଇବା ସାର ହୋଇଛି । ଗଞ୍ଜାମ ବ୍ଲକ ଅଞ୍ଚଳ ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁଠିକି ଜଣେ ମହିଳା ତାର ୫ମାସର ଶିଶୁ କନ୍ୟାକୁ ପଣତରେ କୋଳରେ ଧରି ଅନ୍ୟ ଛୁଆ ମାନଙ୍କୁ ଧରି ପେଟ ଚାଖଣ୍ଡେ ପାଇଁ ବାର ଦ୍ଵାର ବୁଲି ଭିକ୍ଷା ବୃତି କରିଛି । ବର୍ଷ ସାରା କେଉଁ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ ବାରଣ୍ଡା ରେ ନିଜର କୁନି ସନ୍ତାନ ମାନଙ୍କୁ ନେଇ ନିଜ କୋହ କୁ ଚାପି ଧରି ସନ୍ତାନ ମାନ ଙ୍କୁ ନେଇ ରାତ୍ର ବିତାଇବାକୁ ପଡୁଛି । ରାତି ପାଇଲେ ପୁଣି ସେଇ କୁନି ପିଲା ମାନଙ୍କୁ ନେଇ ପୁଣି ଭିକ୍ଷା ବୃତ୍ତି କରିବାକୁ ପଡୁଛି। ନିଜ ପୁଅ ଓ ଝିଅ ମାନଙ୍କ ଅନିଶ୍ଚିତ ଭବିଷ୍ୟତ ନେଇ ଜୀବନର ଚଲାପଥରେ ଚାଲିବାକୁ ପଡୁଛି । କିଛି ଦିନ ତଳେ କାଞ୍ଚନ ପାତ୍ର(୩୫ ) ନାମକ ଜୈନେକ ମହିଳା ୫ ମାସର ଏକ ଶିଶୁ କନ୍ୟା କୁ ଲୁଗାରେ କୋଳରେ ବାନ୍ଧି ଅନ୍ୟ ଏକ ୨ ବର୍ଷର ଶିଶୁ କନ୍ୟା ଓ ୮ବର୍ଷ ର ପୁଅକୁ ନେଇ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଆମ ପ୍ରତିନିଧି ଅନେକ ସରକାରୀ ଯୋଜନା ରହିଥିବା ବେଳେ ଏହି ଛୋଟ କୋମଳମତି ଶିଶୁ ମାନଙ୍କୁ ନେଇ ଏପରି ଭିକ୍ଷା ବୃତ୍ତି କାହିଁକି କରୁଚ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ମହିଳା ଜଣଙ୍କ ସରକାର ଙ୍କ କୌଣସି ଯୋଜନା ସେମାନଙ୍କୁ ମିଳୁନଥିବା କୋହ ଭରା କଣ୍ଠ ରେ କହିଥିଲେ । ଜାତି ସରକାର ଙ୍କ ପକ୍ଷରୁ ବାସଗୃହ ଖାଦ୍ୟ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସମସ୍ତ ଯୋଜନାରେ ତାଙ୍କୁ ସାମିଲ କରାଯାଇ ଥିଲେ ସେ ଭିକ୍ଷା ବୃତି କାହିଁକି କରିଥାନ୍ତେ? ତାଙ୍କ ସ୍ୱାମୀ କୃଷ୍ଣ ପାତ୍ର(୫୦)କେନ୍ଦେରା ବଜାଇ ଭିକ୍ଷା ବୃତ୍ତି କରୁଥିବା ବେଳେ ବଡ଼ ପୁଅ ରାଜୁ ପାତ୍ର(୧୦) ଜଣେ ସାହୁକାର ର ଛେଳି ଚରାଉଛନ୍ତି । ଝମୁରି(୫)ଏକ ବହୁମୁକଗୀ ବାତ୍ୟା ଆଶ୍ରୟ ସ୍ଥଳ ରେ ସାମାନ୍ ଜଫି ରହୁଥିବା ବେଳେ ସେ ନିଜେ ଏହି ପିଲା ମାନଙ୍କୁ ନେଇ ଭିକ୍ଷା ବୃତି କରୁଛି । ବାପଘର ପୁରୁଷୋତ୍ତମ ପୁର ଷୋଳଘର ଅଂଚଳରେ ହୋଇଥିବା ବେଳେ ସେ ଡୁବୁଡୁବା ସମ୍ପ୍ରଦାୟର । ସପୁଆ ସମ୍ପ୍ରଦାୟର କୃଷ୍ଣ ଙ୍କୁ ଭଲ ପାଇ ବିବାହ କରିବା ପରେ ଆମେ ଅଲଗା ହୋଇ ଦୀର୍ଘ ବର୍ଷ ହେଲା ଏପରି ଯାଯାବର ଜୀବନ ଯାପନ ରେ ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରିଆସୁଛୁ । ଗଞ୍ଜାମ ବ୍ଲକ ର ମଲାଡ଼ ପଞ୍ଚାୟତର କିଛି ବର୍ଷ ରହିବାପରେ ବର୍ତମାନ ପାଳିବନ୍ଧ ପଂଚାୟତର କଣ୍ଟିଆଗଡ଼ ଓ ହୁମା ପଞ୍ଚାୟତ ର ଗଡ଼ହୁମ୍ମା ବାତ୍ୟା ଆଶ୍ରୟ ସ୍ଥଳ ଏବଂ ବେଳେ ବେଳେ ବିଭିନ୍ନ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେବାକୁ ପଡୁଛି । ତେଣୁ ନିଜ ସନ୍ତାନ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କୁ ନେଇ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here