ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକର ହୁମ୍ମା ବୀର ଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଖାଡା଼ଙ୍ଗା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହିତ ମାନପତ୍ର ଓ ବହୁ ଉପହାର ପ୍ରଦାନ କରା ଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ମୁଖ୍ୟ ଅତିଥି ରୁପେ ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘଡେଇ,ସମ୍ମାନିତ ଅତିଥି ରୁପେ ଚିଆରସି ଦାମୋଦର ପଣ୍ଡା,ନିରଞ୍ଜନ ମହାପାତ୍ର,ନିରଞ୍ଜନ ମୁଦୁଲି,ଭାଵଗ୍ରାହୀ ସାର,ଯୋଗଦେଇ ଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନାୟକ ତ୍ରୀପାଠୀ ସ୍ବାଗତ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଓ ଶିକ୍ଷକମାନେ ତାଙ୍କ ଦୀର୍ଘ ମୟ ଜୀବନ କାମନା କରି ଥିଲେ । ଶିକ୍ଷକ ଜୟ କୃଷ୍ଣ ପାତ୍ର,କିରାଣୀ ସୁନୀଲ ବିଶ୍ୱାଳ, ଶିକ୍ଷୟତ୍ରୀ ମମତା ତ୍ରିପାଠୀ,ଗାୟତ୍ରୀ ପଣ୍ଡା,ଅନିତା ପଣ୍ଡା,ପ୍ରିୟଙ୍କା ମହାପାତ୍ର,ଚିନୁ ବେହେରା,ସରସ୍ୱତୀ ବେହେରା,ଶିକ୍ଷକ ଜିତେନ୍ଦ୍ର ନନ୍ଦ,ଲଖ୍ମଣ ନାୟକ,ପିଙ୍କୁ ଗୌଡ଼, ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷକ ଙ୍କ ବହୁ ସ୍ମୃତି ଚାରଣ କରି ନିରାମୟ ଜୀବନ କାମନା କରିଥିଲେ । ଛାତ୍ରୀ ମାନେ ବିଦାୟ କାଳୀନ ଗୁରୁ ବନ୍ଦନା କରି ଥିଲେ । ଶେଷରେ ପ୍ରିୟଙ୍କା ମହାପାତ୍ର ଧନ୍ୟ ବାଦ ପ୍ରଦାନ କରିଥିଲେ ।