ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନ ରେ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ଉତ୍ସାହିତ କଲେ

0
552

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଓ ବ୍ଲକ୍ ଗଂଜାମ ଜିଲ୍ଲାରେ ସ୍ୱତନ୍ତ୍ର ଅଟେ ଆଗକୁ ପୌର ନିର୍ବାଚନ ଥିବା ଯୋଗୁଁ ହେଉ କିମ୍ବା ଏହାର ବିକାଶ ଦୃଷ୍ଟିରୁ ସଦାସର୍ବଦା ଜିଲ୍ଲାପାଳ ମଧ୍ୟ ଗୁରୁତର ଦେଇ ଆସିଛନ୍ତି। ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଅଚାନକ ହିଞ୍ଜିଳି ବ୍ଲକ ପରିଦର୍ଶନ ରେ ଆସି ବ୍ଲକ ଅନ୍ତର୍ଗତ ୩ଟି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ଲକରେ ପହଞ୍ଚି ବିଡିଓ ପ୍ରସନ୍ନ କୁମାର ପାତ୍ର ,ଅଧ୍ୟକ୍ଷ ଏନ. ରଘୁନାଥଙ୍କ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରିଥିଲେ।ପରେ ସେ ପୋଚିଲିମା ପଞ୍ଚାୟତ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଚାରା ରୋପଣ କରିଥିଲେ ।ସେଠାରୁ ମକରଝୋଳ ପଞ୍ଚାୟତ ପରିଦର୍ଶନରେ ଯାଇ ମକରଝୋଳ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ରେ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ଉତ୍ସାହିତ କରିଥିଲେ ପିଲା ମାନଙ୍କୁ ସାଧାରଣ ଜ୍ଞାନ ସମ୍ପର୍କ ରେ କିଛି ଜ୍ଞାନ ପ୍ରଦାନ କରିଥିଲେ ।ଅଙ୍ଗନବାଡ଼ି ଗୃହ, ଆଦର୍ଶ ଗାଇଗୁହାଳକୁ ଜିଲ୍ଲାପାଳ ପରିଦର୍ଶନ କରି ସାରୁ ପଞ୍ଚାୟତ ଗସ୍ତ କରିଥିଲେ।ସେଠାରେ ଥିବା ପଠାଗାର ପରିଦର୍ଶନ କରି ଶାସନ ଆମ୍ବଗାଁ ବସୁନ୍ଧରା କଲୋନୀର ନିର୍ମିତ ଗୃହ ସବୁର ସ୍ଥିତି ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ସହରରେ ନିର୍ମାଣାଧୀନ ଥିବା ଇଣ୍ଡୋର ଷ୍ଟାଡିୟମ, ନୂତନ ବସଷ୍ଟାଣ୍ଡ ,ବିଜୁ କୃଷକ ବଜାର ରେ ନିର୍ମାଣାଧୀନ ନୂତନ ମେଡିକାଲ ସଵ୍-ରେଜିଷ୍ଟ୍ରାର ଅଫିସ୍ ଯାଇ ଅନୁଧ୍ୟାନ କରି ଫେରିଥିଲେ।

LEAVE A REPLY

Please enter your comment!
Please enter your name here