(କୁକୁଡାଖଣ୍ଡି) (ଓବି ନ୍ୟୁଜ୍) (ହିମାଂଶୁ ଶେଖର ପାଢ଼ୀ):ସଦର ଥାନା ଠାରୁ ୧୦୦ ମିଟର ଦୂରରେ ଚାଲିଥିଲା ବେଆଇନ ଗଂଜେଇ କାରବାର। ବହୁ ବର୍ଷ ଧରି ସଲାସୁତୁରାରା ରେ ବେଧଡକ ଭାବେ ଚାଲିଥିଲା ଏହି ଚୋରା କାରାବାର । ଦୀପତଳ ଅନ୍ଧାର ନ୍ୟାୟରେ ଚାଲିଥିଲା ଏହି କାରବାର । ସଦରଥାନା ପୋଲିସ ଗୁରବାର ମଧ୍ୟାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଆକୁଂଶପୁର ବଡସାହି ସ୍ଥିତ ଏକ ଚା’ ଦୋକାନ ରେ ଚଢଉ କରିଥିଲେ ।ଉକ୍ତ ଦୋକାନରୁ ୨କେଜି ୫୨୦ ଗ୍ରାମ ଗଂଜେଇ ଜବତ କରି। ଚା’ ଦୋକାନୀ ମିଟୁ ସାହୁକୁ ଗିରଫ କରି କୋଟ ଚାଲାଣ କରିଛି ପୋଲିସ୍ ।ମାଜିଷ୍ଟେଟ ତଥା କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଗଂଜେଇ ଜବତ କରାଯାଇଥିଲା ।ଏନେଇ ସଦରଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ଏହି ଥାନା ଅଧିନରେ ବହୁସ୍ଥାନରେ ଗଂଜେଇ କାରାବାର ହେଉଛି ସବୁ ସଲାସୁତୁରାରେ ଚାଲିଥିବା ଅଭିଯୋଗ ହେଉଛି ।ଏନେଇ ସଦର ଥାନାରେ ୧୮୩/୧୯ରେ ଏକ ମାମଲା ରୁଜୁ ହୋଇଛି ।