ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାସ) ; ଆହି ଜେଉଛି କାରଗିଲ୍ ବିଜୟ ଦିବସ । ଜୁଲାଇ ୨୬ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଭାବପ୍ରିୟ ସେନା ବାହିନୀ ପାକିସ୍ଥାନକୁ ପରାସ୍ଥ କରି ଜାତୀୟ ପତାକା ଉଡାଇଥିଲେ ଏବଂ ଆଜିର ଦିବସକୁ ସମଗ୍ର ଭାରତ ବର୍ଷରେ ବିଜୟ ଦିବସ ରୂପେ ପାଳନ ହୋଇଆସୁଛି । ଆଜି ବ୍ରହ୍ମପୁର ସହର ସମେତ ଗୋଳାବନ୍ଧଠାରେ ଥିବା ଆର୍ମି ଏଡି କଲେଜ ରେ ବିଜୟ ଦିବସ ପାଳନ ହୋଇଥିବା ବେଳେ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀମାନେ ରହୁଥିବା କମଳାପୁର ଗ୍ରାମରେ ମଧଯ ବିଜୟ ଦିବସ ପାଳନ ହୋଇଯାଇଛି । ଏସବୁ ଭିତରେ ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ଏକ ଭିନ୍ନ ଢଙ୍ଗରେ ବିଜୟ ଦିବସ ପାଳିତ ହୋଇଯାଇଛି ।
କାରଗିଲ୍ ଯୁଦ୍ଧରେ ଏହି ଗ୍ରାମର ବିର ପୁରୁଷ ଏସ୍.ଶ୍ରିନିବାସ ପାତ୍ର ସେନା ବାହିନୀରେ ରହି ସହିଦ୍ ହୋଇଥିଲେ ଏବଂ ଆଜିର ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅପକ୍ଷ୍ଣଚ୍ଚ ସହ ସମସ୍ଥେ ତାଙ୍କର ସ୍ମୃତି ଚାରଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀମାନେ ବିରାଟ ପଟୁଆରରେ ଶ୍ରିନିବାସଙ୍କ ଜୟଜୟକାର କରିବା ସହ ବିଜୟ ଦିବସକୁ ନେଇ ହର୍ତ୍ତଧ୍ୱନି ଦେଇଥିଲେ । ଏହି ଅନସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗମ୍ବର ରାଉତ,ସରପଂଚ ହାଡୁବନ୍ଧୁ ବେହେରା,ଏଲ୍.ସୁଦାମ ପାତ୍ର, ଏଲ୍.ତ୍ରିଲୋଚନ,ରାମ ପାତ୍ର, ସଦର ଥାନା ଅଧିକାରୀ ଭାବନାନନ୍ଦ ପ୍ରଧାନ ପ୍ରମୂଖ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରୀନିବାସଙ୍କ ସ୍ମୃତିଚାରଣ କରିଥିଲେ ।