ହିଞ୍ଜିଳିକାଟୁ (ଓବି ନ୍ୟୁଜ):ଖାଲି ସ୍ବଚ୍ଛ ଭାରତ ନାରା ଦେଲେ ହେବନାହିଁ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ୮ ନମ୍ବର ୱାର୍ଡ ନବୀନଭବନ ତଳସାହି ରେ ଡ୍ରେନ ସଫା ନହେବା ଫଳ ରେ ଆଜିକି ଦୁଇ ମାସ ହେଲେ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବ୍ୟକ୍ତି ନାନା ରୋଗ ମଧ୍ୟ ଶିକାର ହୋଇଛନ୍ତି। ପୌରପରିଷଦ ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ମୌଖିକ ଭାବେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ସାହି ବାସୀ ଅଭିଯୋଗ କରିଛନ୍ତି। ଡ୍ରେନ ସଫା ନହେବା ଫଳ ରେ ଡ୍ରେନ ରେ ଘାସ ଉଠିଥିବା ଦେଖିବାକୁ ମିଳିଛି। ଏହି ପରି ଅବସ୍ଥା ଦେଖିଲେ ଜଣାପଡୁଛି ହିଞ୍ଜିଳିକାଟୁ ପୌରପରିଷଦ ସ୍ବଚ୍ଛତା ପ୍ରତି କେତେ ଯତ୍ନଶୀଳ ତାହା ଏଥିରୁ ଜଣା ପଡୁଛି। ଆଗକୁ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ଡ୍ରେନ ସଫା ନହେଲେ ସାହି ରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିବ । ହିଞ୍ଜିଳିକାଟୁ ଅଞ୍ଚଳ ରେ ଟିପା ମେସିନ କିମ୍ବା ମଶା ତେଲ ଡ୍ରେନ ରେ ପଡୁନଥିବା ନଜର ରହିଛି। ଦେଖା ଯାଉ ଅଞ୍ଚଳ ବାସୀଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ବିଭାଗୀୟ ଅଧିକାରୀ କେତେ ଶୀଘ୍ର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରି ସମାଧାନ କରି ଅଞ୍ଚଳ ବାସୀଙ୍କ ପ୍ରିୟର ପାତ୍ର ହୋଉଛନ୍ତି।