ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କ ଅଶ୍ଲିଳ ଭିଡିଓ ଭାଇରାଲ କରି ଜଣେ ଗିରଫ

0
111

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ଜଣେ ବିବାହିତା ମହିଳାଙ୍କୁ ବିବାହ ପୁର୍ବରୁ ଓ ପରେ , ଜଣେ ବ୍ୟକ୍ତି ଫେସବୁକ ଓ ହ୍ୱାଟ୍ସପ ‘ରେ ମହିଳା’ର ଅଶ୍ଳୀଳ ଫଟୋ ଓ ଭିଡିଓ କୂ ବାରମ୍ବାର ମେସେଜ୍ ପଠାଇ ଭୟଭୀତ କରି ବ୍ଳାକମେଲ କରି-ଆସୁଥିଲା । ଘଟଣାଟି ପୋଲିସ ଥାନାରେ ଲିଖିତ ଅଭିଯୋଗ ହେବାପରେ, ସମ୍ପୃକ୍ତ ଅଭିଯୁକ୍ତକୁ ଧରିବା ପାଈଁ ଏ.ସ.ପି ସାରାଁ ଶର୍ମାଙ୍କ ନିର୍ଦେଶ କ୍ରମେ ଗୋପନୀୟ ଭାବେ ଏକ ଅଭିଯାନ ଆରମ୍ଭ ହୋଇଥିଲା ।

ତେବେ ଗତ ରାତି ୮ ରେ ଗଜପତି ଜିଲ୍ଲା ରା-ଉଦୟଗିରି ସ୍ଥିତ ବସଷ୍ଟାଣ୍ଡରୁ ଅଭିଯୁକ୍ତ କୂ ଗିରଫ କରାଯାଇଥିଲା ।
ଆଜି ଗଜପତି ଏସ:ପି-ସାରା ଶର୍ମା , ପାରଳାଖେମୁଣ୍ଡି ଟାଉନ ଥାନା’ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୁଚନା ଦେଇ ଏହା କହିଛନ୍ତି । ଘଟଣା ସଂପର୍କରେ ଅଧିକ ସୁଚନା ଦେଇ ଏ.ସ.ପି-ଶର୍ମା କହିଥିଲେ ଯେ , ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡା ଗ୍ରାମର କୁବେର୍ ପଲେଇ । କୁବେର୍ ପଲେଇ ଏଥିରେ ବ୍ୟବହାର କରୁଥିବା ମୋବାଇଲ ଫୋନ’ର ର୍ହ୍ଵାଟ୍ସପ୍ ଓ ଫେସବୁକ ସବୁ ଯାଞ୍ଚ ପରେ ଜଣାଗଲା ଯେ , କୁବେର୍ ପଳେଇ ସମ୍ପୃକ୍ତ ମହିଳା ସହିତ ତାର ଏକତରଫା ପ୍ରେମ ସମ୍ପର୍କକୁ ଅଧିକ ବଢ଼ାଇ ନିଶ୍ଚିତ କରିବାପାଇଁ ମହିଳା’ର ଅ-ଜାଣତରେ କେତେକ ଆପତ୍ତି ଜନକ ଅଶ୍ଳୀଳ ଫଟୋ ଓ ଭିଡିଓ ସବୁ ଉଠାଇ ଦେଇଥିଲା । ସେହି ଅଶ୍ଳୀଳ ଫଟୋ ଓ ଭିଡିଓ କୂ ନେଇ କୁବେର୍ , ସମ୍ପୃକ୍ତ ମହିଳା ଙ୍କୁ ବାରମ୍ବାର ଡରାଇ ବ୍ଲାକମେଲ କରୁଥିଲା । ୟା-ଭିତରେ ମହିଳା’ର ଅନ୍ୟ-ଜଣକ ସହିତ ବିବାହ ହୋଇଯାଇଥିଲେ ମଧ୍ୟ ପୂର୍ବ ଭଳି ସେହି ଅଶ୍ଳୀଳ ଫଟୋ ଓ ଭିଡିଓ ‘କୂ ତାର ହ୍ୱାଟ୍ସପ ଓ ଫେସବୁକରେ ମେସେଜ୍ ପଠାଇ ଡରାଉଥିଲା ।

ମହିଳା ଜଣକ ଲୋକ-ଲଯ୍ୟା ଭୟରେ ଘଟଣାକୁ ଚପାଇ କାହାକୁ କିଛି କହିନଥିଲା । ହେଲେ , ଘଟଣା କ୍ରମେ ମାତ୍ରାଧିକ ହେବା ପରେ ମହିଳା ଜନକ ଏଥିରେ ସହ୍ୟ କରି ନ ପାରି ଘଟଣା ସମ୍ପର୍କରେ ତାର ବାପାଙ୍କୁ କହିଥିଲା । ପରେ ମହିଳାଙ୍କ ବାପା ପୋଲିସ’ର ଦ୍ୱାରସ୍ଥ ହୋଇଥିଲେ । ପରେ ଏସପି ଙ୍କ ନିର୍ଦେଶ କ୍ରମେ ଘଟଣାଟିରେ ଅତ୍ୟନ୍ତ ଗୋପନୀୟତାର ସହ ତଦନ୍ତ ଚଳାଇ ଉଦ୍ୟମ କ୍ରମେ ଅଭିଯୁକ୍ତ କୁବେର୍ କୂ ଗିରଫ କରାଯାଇଛି
ଅଭିଯୁକ୍ତ କୁବେର୍ ଠାରୁ ଏକ ମୋବାଇଲ ଫୋନ , ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଏକ ମେମୋରି ଚିପ , ମହିଳା’ର ପାସପୋର୍ଟ ସାଇଜ ଫଟୋ ଏବଂ ଏକ ମାଷ୍ଟର କାର୍ଡ ଜବତ କରାଯାଇଥିବା ଏସପି -ଶର୍ମା ସାମ୍ବାଦିକ ମାନଙ୍କୁ ସୁଚନା ଦେଇ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here