ଛାତ୍ରୀ ନିବାସ କୋଠା ଭୁଷୁଡ଼ିବା ପରେ କର୍ତୃପକ୍ଷଙ୍କ ତତ୍ପରତା

0
20

ଗୋପାଳପୁର (ଓବି ନ୍ୟୁଜ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀ ନିବାସର ଗୋଟିଏ ଭାଗ ଗତକାଲି ଭୁଶୁଡ଼ି ଯିବା ପରେ ଏନେଇ ଏବେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଗତକାଲି ଅପରାହ୍ନରେ ଘଟଣା ଘଟିବା ପରେ ଛାତ୍ରୀ ମାନଙ୍କୁ ନୂତନ ହଷ୍ଟେଲକୁ ସ୍ଥାନାନ୍ତରିତ କରାଯିବା ପରେ ସାବେରୀ ହଷ୍ଟେଲକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ପୂର୍ତ ବିଭାଗର ଅଧିକାରୀମାନେ ଆସି କୋଠାର ଅନୁଧ୍ୟାନ କରି ଯାଇଛନ୍ତି । ଅନ୍ୟ ପଟେ ସେହି ନିବାସରେ ଥିବା ଛାତ୍ରୀମାନେ ଘଟଣାକୁ ନେଇ ଭୟ ପ୍ରକାଶ କରିଥିବା ବେଳେ କ୍ୟାମ୍ପସ୍ ରେ ଆଉ କିଛି ହଷ୍ଟେଲ ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ଥିବା କହିଛନ୍ତି । ସେପଟେ ଏକ ଟିମ୍ ମାଧ୍ୟମରେ ୧୦ ଦିନ ଭିତରେ ସମସ୍ତ ହଷ୍ଟେଲ ଓ କୋଠା ଘରର ଅନୁଧ୍ୟାନ କରାଯାଇ ସେଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ରଞ୍ଜନ କୁମାର ବିଶ୍ୱାଳ କୁଳସଚିବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here