୬ଦଫା ଦାବି ନେଇ ଅବସରପ୍ରାପ୍ତ କର୍ମଚାରୀ ସଂଘର ଧାରଣା

0
26

ଗୋପାଳପୁର (ଓବି ନ୍ୟୁଜ): ୬ଦଫା ଦାବି ପୂରଣ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଚାଲିଛି ଧାରଣା । ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ସମ୍ମୁଖରେ ୯ଦିନ ଧରି ଧାରଣା ଦେଉଛନ୍ତି ଏହି ଅବସରପ୍ରାପ୍ତ କର୍ମଚାରୀମାନେ । ପରିବର୍ତିିତ ପେନସନ, ବକେୟା ପେନସନ୍, ପରିବର୍ତିତ ଗ୍ରାଚ୍ୟୁଟି, ସପ୍ତମ ବେତନ ଲାଗୁ ଆଦି ଦାବି ନେଇ ସେମାନେ ଏହି ଧାରଣା ଦେଉଛନ୍ତି । ଆଉ ଏହି ବାବଦରେ ସେମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଠାରୁ ମିଳିଥିବା ପ୍ରତିଶ୍ରୁତି ପରେ ଏହି ଦାବି ହସ୍ତକ୍ଷେପ ହେବ ବୋଲି ଆଶା ରଖିଛନ୍ତି । ତେବେ ଏଥି ପ୍ରତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଧ୍ୟାନ ନଦେଲେ ତାଙ୍କର ଆନ୍ଦୋଳନ ଜାରୀ ରହିବ ବୋଲି ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here